ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା ପାଇଁ ବିକାଶଶୀଳ ଦେଶଙ୍କ ଦୋମୁହାଁ ଚରିତ୍ରକୁ ତୀବ୍ର ଆକ୍ଷେପ କରିଛନ୍ତି । ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ଆର୍ଥିକ ଏବଂ ବୈଷୟିକ ସାହାଯ୍ୟ ନେଇ ଦେଇଥିବା ପ୍ରତିଶ୍ରୁତି ଉପରେ ବିକଶିତ ଦେଶଗୁଡ଼ିକୁ ଆଇନା ଦେଖାଇଛନ୍ତି । ସେ କହିଛନ୍ତି ଯେ ବିକଶିତ ଦେଶ ଦଶନ୍ଧି ଦଶନ୍ଧି ଧରି ଦୁନିଆର ପରିବେଶକୁ କ୍ଷତି ପହଞ୍ଚାଇବାରେ ସବୁଠୁ ବେଶି ଦାୟୀ । କିନ୍ତୁ ବିକାଶଶୀଳ ଦେଶର ସାହାଯ୍ୟ କରିବା ନେଇ ନିଜ ପ୍ରତିବଦ୍ଧତାକୁ ପୂରଣ କରିବ ନାହିଁ ।

ବର୍ଲିଂ ଗ୍ଲୋବାଲ୍ ଡାଏଲଗର ରାଉଣ୍ଡ ଟେବୁଲ୍ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଗୋୟଲ କହିଛନ୍ତି, ବିକଶିତ ଦେଶ ଏବଂ ୟୁରୋପୀୟ ସଂଘ ଜଳବାୟୁ ଫଣ୍ଡିଂକୁ ନେଇ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାରେ କଣ କରିଛନ୍ତି କହିବା ଦରକରା । ଏହି ଚର୍ଚ୍ଚାରେ ପୀୟୂଷ ଗୋୟଲ ଗରିବ ଦେଶଗୁଡ଼ିକର ହିତ ପାଇଁ ଜୋରଦାର ସ୍ୱର ଉଠାଇଥିଲେ । ୟୁରୋପୀୟ ପ୍ୟାନେଲକୁ ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ ନିଜ ଅଙ୍ଗାରକାମ୍ଲ ନିର୍ଗମନ କରି ଧନୀ ହୋଇଗଲ, କିନ୍ତୁ ଏବେ ଆପଣ ଗରିବ ଦେଶଗୁଡ଼ିକ ଉପରେ କଟକଣା ଚାହୁଁଛ । ୨୦୧୫ରେ ପ୍ୟାରିସ୍ ଜଳବାୟୁ ସମ୍ମିଳନୀରେ ବିକାଶଶୀଳ ଦେଶଗୁଡ଼ିକୁ ସାହାଯ୍ୟ ପାଇଁ ପ୍ରତିବର୍ଷ ୧୦୦ ବିଲିୟନ ଡଲାର ସହଯୋଗ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଗତ ୧୧ ବର୍ଷରେ ଏଦି ଦିଗରେ କୌଣସି ବି ଦେଶ ଦୃଢ଼ ପଦକ୍ଷେପ ନେଇନାହାନ୍ତି ।

ପୀୟୂଷ ଗୋୟଲ ବିକଶିତ ଦେଶଗୁଡ଼ିକର ଐତିହାସିକ କାର୍ବନ ନିର୍ଗମନ ଏବଂ ଭାରତ ଭଳି ବିକାଶଶୀଳ ଦେଶଗୁଡ଼ିକର ସ୍ଥିତି ମଧ୍ୟରେ ଥିବା ପାର୍ଥକ୍ୟକୁ ରେଖାଙ୍କିତ କରିଥିଲେ । ସେ କହିଛନ୍ତି ଯେ ଭାରତ ବିଶ୍ୱ ଜନସଂଖ୍ୟାର ପ୍ରାୟ ୧୭ ପ୍ରତିଶତ ପ୍ରତିନିଧିତ୍ୱ କରେ, କିନ୍ତୁ ବିଶ୍ୱ କାର୍ବନ ନିର୍ଗମନରେ ଏହାର ଅବଦାନ ୩ ପ୍ରତିଶତରୁ କମ୍ । ସେ ୟୁରୋପର ଉଦାହରଣ ଦେଇଥିଲେ, ଯେଉଁଠାରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୩ରୁ ୪ ପ୍ରତିଶତ ଅଛନ୍ତି, କିନ୍ତୁ ବିଶ୍ୱ କାର୍ବନ ନିର୍ଗମନରେ ଏହାର ଅବଦାନ ବହୁତ ଅଧିକ ।

ଗୋୟଲ କହିଛନ୍ତି ଯେ ଜଳବାୟୁ ସଙ୍କଟ ପାଇଁ ଦାୟୀ ଦେଶମାନଙ୍କୁ ସେମାନଙ୍କର ଭୂମିକା ସ୍ୱୀକାର କରିବାକୁ ପଡ଼ିବ । ସେ ପ୍ରଶ୍ନ କରିଥିଲେ ଯେ ବାୟୁମଣ୍ଡଳରେ କିଏ କାର୍ବନ ଛାଡ଼ିଲା ଏବଂ ଓଜନ ସ୍ତରକୁ ହ୍ରାସ କରିବାରେ କିଏ ଭୂମିକା ଗ୍ରହଣ କଲା ।

ଗୋୟଲ କହିଛନ୍ତି ଯେ ଆଜି ମଧ୍ୟ ଭାରତର ପ୍ରତି ମୁଣ୍ଡପିଛା କାର୍ବନ ନିର୍ଗମନ ୟୁରୋପ ତୁଳନାରେ ଯଥେଷ୍ଟ କମ୍ । ତାଙ୍କ ଅନୁସାରେ, ୟୁରୋପର ପ୍ରତି ମୁଣ୍ଡପିଛା କାର୍ବନ ନିର୍ଗମନ ଏବଂ ପ୍ରତି ମୁଣ୍ଡପିଛା ପରିବେଶଗତ ପ୍ରଭାବ ଭାରତ ତୁଳନାରେ ପ୍ରାୟ ସାତରୁ ଆଠ ଗୁଣ ଅଧିକ । ସେ କହିଛନ୍ତି ଯେ ଭାରତ ବିଶ୍ୱର ୧୭ ପ୍ରତିଶତ ଜନସଂଖ୍ୟାର ଆବଶ୍ୟକତା ପୂରଣ କରିବା ସହିତ, ସମ୍ବଳ ଅପଚୟ ହ୍ରାସ କରିବା ଏବଂ ଏକ ସର୍କୁଲାର ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରତିବଦ୍ଧ ।

ପୀୟୁଷ ଗୋୟଲ କହିଛନ୍ତି ଯେ ଭାରତକୁ ଜାତୀୟ ସୁରକ୍ଷା ସୁନିଶ୍ଚିତ କରିବା ସହିତ ଏହାର ୧.୪ ବିଲିୟନ ଲୋକଙ୍କ ଶକ୍ତି ଏବଂ ଖାଦ୍ୟ ଆବଶ୍ୟକତା ପୂରଣ କରିବାକୁ ପଡିବ । ଏହି ଚ୍ୟାଲେଞ୍ଜ ସତ୍ତ୍ୱେ, ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସ୍ୱଚ୍ଛ ଶକ୍ତି କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏକୁ ଅନୁସରଣ କରୁଛି । ସେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବା ସମୟରେ ବିକାଶଶୀଳ ଦେଶଗୁଡ଼ିକୁ ସେମାନଙ୍କର ବିକାଶ ଆବଶ୍ୟକତାକୁ ଧ୍ୟାନରେ ରଖିବାକୁ ପଡିବ । ତେଣୁ, ବିକଶିତ ଦେଶଗୁଡ଼ିକ ଆର୍ଥିକ ଏବଂ ବୈଷୟିକ ସହାୟତାର ପ୍ରତିଶ୍ରୁତି ପୂରଣ କରିବା ଉଚିତ ।