ଚାନ୍ଦବାଲି: ବଙ୍ଗୋପସାଗରରେ ସୁନାମୀ ଭୟ । ଆଉ ଏଥିପାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଦୋସିଙ୍ଗା ପଞ୍ଚାୟତରେ ସମ୍ଭାବ୍ୟ ସୁନାମୀ ମୁକାବିଲା ପାଇଁ ହୋଇଛି ପ୍ରାକ୍ ପ୍ରସ୍ତୁତି ବୈଠକ । ବଙ୍ଗୋପସାଗରରେ ଭୂକମ୍ପ ଓ ଏଥିପାଇଁ ସମ୍ଭାବ୍ୟ ସୁନାମୀ ଆଶଙ୍କାରେ ବିଶ୍ଵ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଚିହ୍ନଟ ଦେଶର ସୁନାମୀ ପ୍ରବଣ ଅଞ୍ଚଳଗୁଡିକୁ ସର୍ତକତ। କରାଯାଇଛି ।

ଭାରତୀୟ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ସଂସ୍ଥା ପକ୍ଷରୁ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଥିବା ଦୋସିଙ୍ଗା ପଞ୍ଚାୟତର ୫ଟି ସୁନାମୀ ପ୍ରବଣ ଅଞ୍ଚଳ- ଦୋସିଙ୍ଗା, ରବୀନ୍ଦ୍ର ନଗର, ଅମର ନଗର, ପ୍ରଦ୍ୟୁତ୍ ନଗର, ସାବିତ୍ରୀ ସରାଇ ଗାଁର ମତ୍ସ୍ୟଜୀବୀ ଓ ଗ୍ରାମବାସୀଙ୍କୁ ସର୍ତକ କରାଯାଇଛି । ସୁନାମୀ ସମୟରେ କିଭଳି ବୟସ୍କ, ଭିନ୍ନକ୍ଷମ, ଛୋଟ ପିଲା, ଗୃହପାଳିତ ପଶୁ-ପକ୍ଷୀଙ୍କୁ ସୁରକ୍ଷିତ ଭାବରେ ନିକଟସ୍ଥ ବାତ୍ୟା ଆଶ୍ରୟ ସ୍ଥଳକୁ ନେଇହେବ ସେଥିପାଇଁ ସର୍ତକ କରାଯାଇଛି ।

ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ଏହି ସବୁ ଅଞ୍ଚଳ ସୁନାମୀ ପ୍ରବଣ ଅଞ୍ଚଳ ଭାବରେ ବିଶ୍ୱସ୍ତରୀୟ ସୁନାମୀ ଚେତାବନୀ ଦେଇଥିବା ସଂସ୍ଥା ଏନଟିଆରବି ଦ୍ୱାର ଚିହ୍ନଟ ହୋଇଛି । ତେବେ ଗଭୀର ବଙ୍ଗୋପସାଗର ମଧ୍ୟରେ ସୃଷ୍ଟି ହେବାକୁ ଥିବା ଭୂକମ୍ପ ମଧ୍ୟରେ ଆମେରିକୀୟ ସୁନାମୀ ସର୍ତ୍ତକତା ସଂସ୍ଥା ଦ୍ୱାରା ଚିହ୍ନଟ ହେବା ପରେ ଦୋସିଙ୍ଗା ପଞ୍ଚାୟତର ଏହି ୫ଟି ଗ୍ରାମର ଅଧିବାସୀମାନଙ୍କ ସହ ବୈଠକ କରିଛନ୍ତି ବରିଷ୍ଠ ବୈଜ୍ଞାନିକ ।

ସୁନାମୀ ଚେତାବନୀ ଦେଉଥିବା ବିଶ୍ୱସ୍ତରୀୟ ସଂସ୍ଥାର ବରିଷ୍ଠ ବୈଜ୍ଞାନିକ ଏମ୍.ଭି.ସୁନନ୍ଦା, କେ.ଗୌରବ, ବୈଜ୍ଞାନିକ ବି.ଅଜୟ କୁମାର, ସି.ଏଚ୍.ଗୀତାଞ୍ଜଳି କୁମାର, ଓସଡମାର ସାଧାରଣ ସମ୍ପାଦକ ଅମ୍ବିକା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳର ବସବାସ କରୁଥିବା ଲୋକମାନଙ୍କୁ ବିପଦ ସମୟରେ କିପରି ନିଜର ଓ ପରିବାରର ସୁରକ୍ଷା ଦେଇହେବ ସେ ନେଇ ପରାମର୍ଶ ଦେଇଥିଲେ ।