ନୂଆଦିଲ୍ଲୀ: ଇରାନ ଯୁଦ୍ଧରେ ଫସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ିଛି। ଏଥର ଟ୍ରମ୍ପଙ୍କ ଚିନ୍ତା ବଢ଼ାଇଛି ଆମେରିକାର ପଡ଼ୋଶୀ ଦେଶ ମେକ୍ସିକୋ। କାରଣ ମେକ୍ସିକୋର ସବୁଠୁ ବଡ଼ ଡ୍ରଗ୍ସ ଗ୍ୟାଙ୍ଗର ମୁଖ୍ୟ ହୋଇଛି ଜଣେ ଆମେରିକୀୟ ବଂଶୋଦ୍ଭବ। ତା’ ନାଁ ଜନ କେରେଲୋସ। କେରୋଲସଙ୍କୁ ମେକ୍ସିକୋ ଏବଂ ଆମେରିକାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭାବେ ପରିଚିତ। ଫେବ୍ରୁଆରୀରେ ଏକ ସୈନା ଅପରେସନରେ ଅଲ ମାଞ୍ଚୋର ହତ୍ୟା ପରେ କେରେଲୋସକୁ ଡ୍ରଗ୍ସ କାରବାରରେ ଲିପ୍ତ ଥିବା ସବୁଠୁ ବଡ଼ ଗ୍ରୁପର ଦାୟିତ୍ବ ମିଳିଛି।

ସୂଚନାଥାଉକି, ଡୋନାଲ୍ଡ ଟ୍ରମ୍ପ ମେକ୍ସିକୋର ଏହି ଗ୍ୟାଙ୍ଗକୁ ଆମେରିକା ପାଇଁ ସବଠୁ ବଡ଼ ବିପଦ ବୋଲି ଧରିଆସିଛନ୍ତି। ରାଷ୍ଟ୍ରପତି ହେବା ପରଠାରୁ ଟ୍ରମ୍ପ ଏହି ଗ୍ୟାଙ୍ଗକୁ ଶେଷ କରିବାକୁ ଚାହୁଛନ୍ତି। କିନ୍ତୁ ଏବେ କେରେଲୋସ ଡ୍ରଗ୍ସ ଗ୍ୟାଙ୍ଗର ଦାୟିତ୍ବ ନେଇଥିବାରୁ ଟ୍ରମ୍ପଙ୍କ ମୁଣ୍ଡ ବିନ୍ଧା ଆହୁରି ଅଧିକ ବଢ଼ିଯାଇଛି।

ଆମେରିକାର କୁଖ୍ୟାତ ଗ୍ୟାଙ୍ଗଷ୍ଟର କେରେଲୋସ

କେରେଲୋସଙ୍କ ଜନ୍ମ କାଲିଫର୍ଣ୍ଣିଆରେ। କେରେଲୋସ, ମାଞ୍ଚୋଙ୍କ ସାବତ ପୁଅ। ପିଲାଦିନରୁ ହିଁ ଡ୍ରଗ୍ସ କାରବାରରେ ସେ ଜଡ଼ିତ। ମାଞ୍ଚୋର ହତ୍ୟା ପରେ ଗ୍ୟାଙ୍ଗର ଦାୟିତ୍ବ ସେ ସମ୍ଭାଳିଥଲା। କୁହାଯାଉଛି ଯେ, ମାଞ୍ଚୋ ସହ ଜଡ଼ିତ ସବୁ ଏବେ କେରେଲୋସଙ୍କ ସହ ଅଛନ୍ତି। ଆମେରିକା ଡ୍ରାଗ୍ସ ବିଭାଗ କେରେଲୋସ ଉପରେ ୫ ମିଲିୟନ ଡଲାରର ପୁରସ୍କାର ପୂର୍ବରୁ ହିଁ ରଖିସାରିଛି। ଏବେ ଏହି ପୁରସ୍କାର ବଢ଼ିପାରେ। କେରେଲୋସଙ୍କୁ ନିଜ ବାପା ମାଞ୍ଚୋଙ୍କ ଠାରୁ ମଧ୍ୟ ଅଧିକ କୁଖ୍ୟାତ କୁହାଯାଏ।

କାହିଁକି ବଢ଼ିଲା ଟ୍ରମ୍ପଙ୍କ ଟେନସନ ?

କେରେଲୋସ ଯେଉଁ CJNGର ମୁଖ୍ୟ ହୋଇଛି। ସେହି ଗ୍ୟାଙ୍ଗର ମେକ୍ସିକୋରେ ଏକ ସାମ୍ରାଜ୍ୟ ରହିଛି। ଏହି ସଂଗଠନ ପାଖରେ ମିଲିସିଆ ଗ୍ରୁପ୍, ନିଜ କବଜା ଥିବା ଅଞ୍ଚଳ, ଯୁଦ୍ଧ ଜାହାଜ ଏବଂ ଅନେକ ପ୍ରକାରର ହତିଆର ରହିଛି। ଏହି ଗ୍ୟାଙ୍ଗ ମୁଖ୍ୟତଃ ତେଲ ଚୋରି ଏବଂ ଡ୍ରଗ୍ସ ଯୋଗାଣ କରିବା ପାଇଁ ଚର୍ଚ୍ଚାରେ ରହିଥାଏ।

Also Read: ଇରାନରେ ପଶିବେ ଆମେରିକା ସେନା...ଟ୍ରମ୍ପ କରୁଛନ୍ତି ବଡ ଯୋଜନା : ଟାର୍ଗେଟରେ ଖାର୍ଗ ଦ୍ୱୀପ

ଗ୍ୟାଙ୍ଗ ଦୁନିଆର ବିଭିନ୍ନ ସ୍ଥାନରରୁ ଆସୁଥିବା ଡ୍ରଗ୍ସକୁ ଆମେରିକାକୁ ପଠାଇଥାଏ। ଯେଉଁଥିରେ ମୁଖ୍ୟତଃ କୋକେନ, ମେଥାମଫୋଟାମାଇନ, ହେରୋଇନ ଏବଂ ଫେଣ୍ଟାନିଲକୁ ରହିଛି। ଅନୁମାନ କରାଯାଉଛି ଏହି ଗ୍ୟାଙ୍ଗ ପାଖରେ ପ୍ରାୟ ୧୫ ହଜାରରୁ ଅଧିକ ମେମ୍ବର ଅଛନ୍ତି। ଏହି ଗ୍ୟାଙ୍ଗର ଶକ୍ତି ଏଥିରୁ ଅନୁମାନ କରିହେବ, ଯେତେବେଳେ ସରଗନା ମାଞ୍ଚୋର ହତ୍ୟା ପରେ ପୂରା ମେକ୍ସିକୋ ଠପ୍ ହୋଇଯାଇଥିଲା। ହିଂସାରେ ପ୍ରାୟ ୭୫ ନାଗରିକଙ୍କ ଜୀବନ ଯାଇଥିଲା।