ତେହେରାନ, ୧୯ /୦୩: ଇରାନକୁ ସହଜରେ ଛାଡିବନି ଆମେରିକା । ଆହୁରି ଜୋରଦାର ଆକ୍ରମଣ କରିବ । ଏୟାରଷ୍ଟ୍ରାଇକ୍ ଏବଂ ମିସାଇଲ୍ ଆଟାକ୍ ପରେ ଏବେ ତେହେରାନ ମାଟିରେ ଓହ୍ଲାଇବ ଆମେରିକା ସେନା । ଏନେଇ ଯୋଜନା କରୁଛନ୍ତି ଟ୍ରମ୍ପ୍ । ଆମେରିକାର କିଛି ଅଧିକାରୀ ଖାର୍ଗ ଦ୍ୱୀପରେ ଥିବା ଇରାନର ପରମାଣୁ ଆଡ୍ଡା ଉପରେ ମଧ୍ୟ ନଜର ରଖିଛନ୍ତି । ଟ୍ରମ୍ପ୍ ଏବେସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେଇନଥିଲେ ବି ତାଙ୍କ ପାଖରେ ସମସ୍ତ ବିକଳ୍ପ ଖୋଲା ରହିଛି ।

ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେଉନି । ଦିନକୁ ଦିନ ଏହା ବ୍ୟାପକ ହେବାରେ ଲାଗିଛି । ଇସ୍ରାଏଲ ଇରାନର ସୁରକ୍ଷା ସଚିବ ଅଲୀ ଲାରିଜାନୀଙ୍କୁ ହତ୍ୟା କରିଛି । ରୟଟର୍ସର ରିପୋର୍ଟ ଅନୁସାରେ, ଟ୍ରମ୍ପ୍ ଇରାନରେ ୧୦୦୦ ସୈନ୍ୟଙ୍କୁ ପଠାଇବାକୁ ଯାଉଛନ୍ତି । ଯୁଦ୍ଧରେ ନିଜର ଶକ୍ତିକୁ ଅଧିକରୁ ଅଧିକ ମଜବୁତ କରିବାକୁ ଟ୍ରମ୍ପ୍ ଲକ୍ଷ୍ୟ ରଖିଛନ୍ତି ।

କ'ଣ କହିଲେ ହ୍ୱାଇଟ୍ ହାଉସ୍ ଅଧିକାରୀ

ହ୍ୱାଇଟ୍ ହାଉସ୍ ଅଧିକାରୀଙ୍କ କହିବାନୁସାରେ, ଟ୍ରମ୍ପ୍ ପ୍ରଶାସନ ମଧ୍ୟପ୍ରାଚ୍ୟରେ ନିଜର ଅପରେସନକୁ ଅଧିକ ମଜବୁତ କରିବାକୁ ଚାହୁଁଛନ୍ତି । ତେଣୁ ଅତି କମରେ ୧୦୦୦ ସୈନ୍ୟ ପଠାଇବା ପାଇଁ ଯୋଜନା ହେଉଛି ।ଏନେଇ ଏବେସୁଦ୍ଧା କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । କିନ୍ତୁ ଟ୍ରମ୍ପ୍ ସମସ୍ତ ବିକଳ୍ପକୁ ଖୋଲା ରଖିଛନ୍ତି ।

ଖାର୍ଗ ଦ୍ୱୀପ ଉପରେ ନଜର

ଆମେରିକର ଅଧିକାରୀ ଖାର୍ଗ ଦ୍ୱୀପକୁ ସେନା ପଠାଇବା ପାଇଁ ପ୍ରୟାସ କରୁଛନ୍ତି । ଏହା ସହଜ ହେବନି । ଏଠାରେ ଇରାନର ସବୁଠୁ ବଡ ତୈଳ ବଜାର ଏବଂ ଖଣି ରହିଛି । ଆମେରିକା ଏଠାରେ ଅପରେସନ କଲେ ଖୁବ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । କାରଣ ଇରାନ ମିସାଇଲ୍ ଏବଂ ଡ୍ରୋନ୍ ଜରିଆରେ ଏଠାକୁ ଟାର୍ଗେଟ୍ କରିପାରେ ।

Also Read :- Iran War: ଟ୍ରମ୍ପଙ୍କୁ ବଡ଼ ଝଟ୍‌କା, ଆମେରିକୀୟ ଫାଇଟର ଜେଟ୍‌କୁ ଓହ୍ଲାଇବାକୁ ଅନୁମତି ଦେଲାନି ତୁର୍କୀ

ଟ୍ରମ୍ପ୍ ସରକାର ଇରାନର ୟୁରାନିୟମ ଭଣ୍ଡାରକୁ କବଜା କରିବାକୁ ଚାହୁଁଛନ୍ତି । କିନ୍ତୁ ଆମେରିକାର ସେନା ପାଇଁ ଏହା ଖୁବ୍ କଷ୍ଟକର ହେବ । ଅନେକ ଜୀବନ ମଧ୍ୟ ଯାଇପାରେ ବୋଲି ୟୁଏସ ଅଧିକାରୀ ଆଶଙ୍କା କରୁଛନ୍ତି ।