ଛତ୍ରପୁର: ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେଠୁ ଛାତି ଧଡ଼ଧଡ଼ l ବିଶେଷ କରି ସମୁଦ୍ରକୁଳିଆ ଅଞ୍ଚଳବାସୀ ଭୟଭୀତ l ଜୀବିକା ଚିନ୍ତାରେ ମତ୍ସ୍ୟଜିବୀ l ସେପଟେ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ କରିଛି ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ପୂର୍ବାନୁମାନ l ଏହାକୁ ନେଇ ସବୁଠି ଏବେ ଚିନ୍ତା ଆୟ ଭୟ l କେତେ ପରିମାଣର ବର୍ଷା ହେବ, କେତେ ବେଗରେ ପବନ ବହିବ...! କଣ ହେବ ସ୍ଥିତି...? ଏସବୁ ଭିତରେ ସବୁଠୁ ଅଧିକ ଚିନ୍ତା ଘାରିଛି ମତ୍ସ୍ୟଜିବୀଙ୍କୁ l

ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ଯିବାକୁ ବାରଣ କରା ଯାଇଛି l ଡଙ୍ଗା, ଜାଲ ସହ ସମସ୍ତ ଉପକରଣକୁ ସୁରକ୍ଷିତ ଭାବେ ରଖିବାକୁ ଲାଗି ପଡିଛନ୍ତି ମତ୍ସ୍ୟଜିବୀ l ପାଖାପାଖି ସପ୍ତାହକ ପର୍ଯ୍ୟନ୍ତ ମାଛ ଧରିବାକୁ ସମୁଦ୍ରକୁ ଯିବା ପାଇଁ ବାରଣ କରା ଯାଇଥିବା ବେଳେ କେମିତି ଚଳିବୁ, କଣ ଖାଇବୁ ବୋଲି ପ୍ରଶ୍ନ କରିଛନ୍ତି l ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମତ୍ସ୍ୟଜିବୀ l ସେପଟେ ସମ୍ଭାବ୍ୟ ବାତ୍ୟା ପବନକୁ ନେଇ ଭୟଭୀତ ହୋଉ ପଡିଛନ୍ତି ଅଞ୍ଚଳବାସୀ l

Also Read: ସମ୍ଭାବ୍ୟ ବାତ୍ୟାକୁ ନେଇ କଟକ ଜିଲ୍ଲା ଆଲର୍ଟ, ସରକାରୀ ଅଧିକାରୀଙ୍କ ଛୁଟି ବାତିଲ; ୪୮ ଘଣ୍ଟା ଭିତରେ ଗେଟ୍ ଖୋଲିବାକୁ ନିର୍ଦ୍ଦେଶ

ଏଭଳି ସ୍ଥିତିରେ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି l ଜିଲ୍ଲାର ସମସ୍ତ ବିଭାଗକୁ ସଚେତନ ହୋଇ ରହିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଏକ ପ୍ରସ୍ତୁତି ବୈଠକରେ ସମସ୍ତ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l କୌଣସି ଅଧିକାରୀ ଆସନ୍ତା ୨୯ ତାରିଖ ଯାଏଁ ହେଡ଼ କ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କ ସହିତ ରହି ସେମାନଙ୍କୁ ସଚେତନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲାରେ ଥିବା ୧୧୦ ଟି ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀ କୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯାଇଥିବା ବେଳେ ୧୦୦୦ ରୁ ଊର୍ଧ୍ୱ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କରାଯାଇଛି l ଏକାଥରେ ୧ ଲକ୍ଷ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରିବ l ଏଣୁ ଆବଶ୍ୟକ ସ୍ଥଳେ ବିଭିନ୍ନ ନଦୀ ଓ ସମୁଦ୍ର କୁଳିଆ ଅଂଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି l

ଚାଷ ଜମିକୁ ସୁରକ୍ଷା ଦେବା ସହିତ ଚାଷୀ ମାନେ ମଧ୍ୟ ସମ୍ଭାବ୍ୟ ବାତ୍ୟା ସମୟରେ ବାହାରକୁ ନ ବାହାରିବା ପାଇଁ ଜିଲ୍ଲପାଳ ପରାମର୍ଶ ଦେଇଛନ୍ତି l ବ୍ରହ୍ମପୁର ମହାନଗର ନିଗମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ପାଣି ନିଷ୍କାସନ ପାଇଁ ପଦକ୍ଷେପ ନିଆଯିବାକୁ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l ଗଞ୍ଜାମ ଜିଲ୍ଲାକୁ ଅତିରିକ୍ତ ୯ ଟି ଓଡ୍ରାଫ ଟିମ ଓ ୨ ଟି ଏନଡ଼ିଆରଏଫ ଟିମ ଆସିବେ l ଆବଶ୍ୟକ ସ୍ଥଳେ ସେମାନଙ୍କୁ ବିଭିନ୍ନ ସ୍ଥାନରେ ମୃତୟନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

Also Read: ବାତ୍ୟା ମୁକାବିଲା ପାଇଁ ପଦକ୍ଷେପ, ଦୁର୍ଗାପୂଜା ସହ ଲକ୍ଷ୍ମୀପୂଜା ମଣ୍ଡପର ତୋରଣ ଖୋଲିବାକୁ ନିର୍ଦ୍ଦେଶ

୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି | କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ ସହ ଦର ତାଲିକା ଉଲେଖ କରିବେ ; ଜିଲ୍ଲାର ପାତ୍ରପୁର, ସୋରଡ଼ା ଓ ଭଞ୍ଜ ନଗର ଅଞ୍ଚଳରେ ଭୂସ୍ଫଳନର ଆଶଙ୍କା ରହିଥିବାରୁ ସେଥିପ୍ରତି ସମସ୍ତ ବ୍ୟବସ୍ଥା କରାଯାଇଛି l ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଯାତାୟତ ଏବେ ପର୍ଯ୍ୟନ୍ତ ବନ୍ଦ ରହିଛି l ଅନ୍ୟ ରାସ୍ତା ଦେଇ ଲୋକଙ୍କ ଯାତାୟତ କରାଯାଉଛି l ଅନ୍ୟ ରାଜ୍ୟର ଟ୍ରଲର ମାନେ ସମୁଦ୍ର ମଧ୍ୟକୁ ଆସି ଫସି ଯାଉଥିବା ନଜରରେ ରଖି ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଆର୍ଯ୍ୟପଲ୍ଲୀ ଫିସିଂ ହାରବାର ଓ ଗୋପାଳପୁର ପୋର୍ଟରେ ବ୍ୟବସ୍ଥା କରାଯାଇଛି | ଜିରୋ କାଜୁଆଲଟି ଉପରେ ମୁଖ୍ୟ ଫୋକସ |

ସମୁଦ୍ର ଅଶାନ୍ତ ଥିବାରୁ ୩୦ ପ୍ରଯ୍ୟନ୍ତ ମାଛ ଧରିବା ଉପରେ ରୋକ ଲଗାଯାଇଛି | ଏନେଇ ସାଗର ମିତ୍ର ଜରିଆରେ ମାଇକ ଯୋଗେ ସଚେତନତା କରିଯିବା ସହ ସମୁଦ୍ର ରେ ଜଗି ରହିଛନ୍ତି ସାଗର ମିତ୍ର ଓ ପୋଲିସ| ଏପରିକି ମସ୍ୟଯିବି ମାନେ ନିଜ ଡ଼ଙ୍ଗା ଓ ଜାଲ କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମସ୍ୟ ବିଭାଗ ପକ୍ଷରୁ କୁହାଯାଉଛି | ସମ୍ଭାବ୍ୟ ବାତ୍ୟାକୁ ନେଇ ଗୋଟିଏ ପଟେ ଭୟ ଅନ୍ୟପଟେ ସଚେତନ ବାର୍ତ୍ତା l ଜିଲ୍ଲା ପ୍ରଶାସନ କେମିତି ମୁକାବିଲା କରିବ ତା ଉପରେ ରହିଛି ସମସ୍ଥଙ୍କ ନଜରl