ଓ୍ବାଶିଂଟନ: ଇରାନ ଚାହିଁଲେ ଚୁକ୍ତି ହୋଇପାରିବ। କିନ୍ତୁ ଏଥିପାଇଁ ମାତ୍ର ସୋମବାର ପର୍ଯ୍ୟନ୍ତ ସମୟ ଅଛି । ଏହା ଏକ ଭଲ ସୁଯୋଗ। ଯଦି ଇରାନ ତୁରନ୍ତ ଚୁକ୍ତି କରିବାରେ ବିଫଳ ହୁଏ, ତେବେ ମୁଁ ଏହାର ସବୁ କିଛି ଉଡ଼ାଇଦେବି। ଏହାର ତେଲକୁ ନେଇଯିବି। ମଙ୍ଗଳବାର ଇରାନରେ ବିନାଶଲୀଳା ହେବ। ଇରାନକୁ ଏଭଳି ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ । ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅତି କଟୁ ଭାଷା ବ୍ୟବହାର କରି ଇରାନକୁ ଚେତାବନୀ ଦେଇଛନ୍ତି। ସୋମ‌ବାର ସୁଦ୍ଧା ଇରାନ ଆମ ସର୍ଭ ଗ୍ରହଣ କରିବ, ଏହା ନହେଲେ ଆମେ ସବୁକିଛି ଧ୍ବଂସ କରିଦେବୁ ଏବଂ ଇରାନର ତେଲ ନେଇଯିବୁ ବୋଲି ଟ୍ରମ୍ପ କହିଛନ୍ତି।

୨୪ ଘଣ୍ଟାରେ ଦ୍ଵିତୀୟ ଥର ଧମକାଇଛନ୍ତି ଟ୍ରମ୍ । ଏମିତିକି ଆଜି ସେ ଅଶ୍ରାବ୍ୟ ଭାଷାରେ ଗାଳି ବି କରିଛନ୍ତି। ହର୍ମୁଜ ପ୍ରଣାଳୀ ନ ଖୋଲିଲେ ଭୟଙ୍କର ଆକ୍ରମଣ ପାଇଁ ଚେତାବନୀ ଦେଇଛନ୍ତି। ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ ଲେଖିଛନ୍ତି, ଇରାନ ଯଥାଶୀଘ୍ର ହୋର୍ମୁଜ ପ୍ରଣାଳୀ ଖୋଲିଦେବା ଉଚିତ। ନଚେତ୍ ଏହାର ସବୁ ଛାରଖାର କରି ଦିଆଯିବ। ବ୍ରିଜ୍ ଭଳି ଭିଭିଭୂମି ବ୍ୟବସ୍ଥା ଉପରେ ସାଙ୍ଘାତିକ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି।

​​​​​​​​​​​​​​ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟରେ ଟ୍ରମ୍ପ ହର୍ମୁଜ୍ ଷ୍ଟ୍ରିଟ୍ ତୁରନ୍ତ ଖୋଲିବାକୁ ଦାବି କରିଛନ୍ତି। ଲେଖିଛନ୍ତି, ‘ମନେଅଛି ଯେତେବେଳେ ମୁଁ ଇରାନକୁ ଏକ ଚୁକ୍ତି କରିବାକୁ କିମ୍ବା ହର୍ମୁଜ୍ ଖୋଲିବାକୁ ୧୦ ଦିନ ସମୟ ଦେଇଥିଲି ? ସମୟ ଦ୍ରୁତ ଗତିରେ ପଳାଉଛି, ୪୮ ଘଣ୍ଟା ପରେ ସେମାନେ ନର୍କକୁ ସାମ୍ନା କରିବେ ।

ମଙ୍ଗଳବାର ଇରାନରେ ଶକ୍ତି ଦିବସ, କାରଖାନା ଦିବସ ଏବଂ ସେତୁ ଦିବସ ଏକାସାଙ୍ଗରେ ଦେଖ! ଆଲ୍ଲାଙ୍କୁ ପ୍ରାର୍ଥନା କର' ଟ୍ରମ୍ପ ତାଙ୍କର ଟ୍ଵିଟ୍‌ରେ କେତେକ ଆଶାଳୀନ ବ୍ୟବହାର କରିଥିବାରୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିଛନ୍ତି| ଟ୍ରମ୍ପଙ୍କ ଏହି ବିବୃତି ଏପରି ଏକ ସମୟରେ ଆସିଛି ତେବେଳେ ଇରାନ କୌଣସି ପଛକୁ ହଟିବାର ସଙ୍କେତ ଦେଇନାହିଁ। ଏ ମଧ୍ୟପ୍ରାଚ୍ୟର ଆରବ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଏବଂ ଭିତ୍ତଭୂମି ଟାର୍ଗେଟ୍ ଉପରେ ଆକ୍ରମଣ ଜାରି ରଖିଛି।