ନୂଆଦିଲ୍ଲୀ ୧୬।୦୫; ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଜଣେ ଟପ୍ ଇସଲାମିକ୍ ଷ୍ଟେଟ୍ (ISIS) କମାଣ୍ଡରଙ୍କୁ ହତ୍ୟା କରାଯାଇଛି । ଏହି ଅପରେସନ୍ ସହଜ ନଥିଲା । ବର୍ତ୍ତମାନ ଆତଙ୍କବାଗୀ ସଂଗଠନରେ ନମ୍ୱର ୨ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା ଆଇଏସଆଇଏସ ଅବୁ ବିଲାଲ୍ ମୀନୁକି । ଆଫ୍ରିକାରୁ କାର୍ଯ୍ୟ କରୁଥିଲେ ଏବଂ ବିଶ୍ୱବ୍ୟାପୀ ISIS କାର୍ଯ୍ୟକଳାପରେ ପ୍ରମୁଖ ପ୍ରଭାବ ପକାଇଥିଲେ ଅବୁ-ବିଲାଲ ଅଲ-ମିନୁକି । ଆମେରିକା ଏବଂ ନାଇଜେରିଆ ସେନାର ଏକ ମିଳିତ ଅପରେସନରେ ଅବୁ ବିଲାଲ୍ ମୀନୁକି ନିହତ ହୋଇଛନ୍ତି । ଏହା ଏକ ଜଟିଳ ଅପରେସନ୍ ଥିଲା ।

ରାଷ୍ଟ୍ରପତି ଟ୍ରମ୍ପ ଅପରେସନ୍ ବିଷୟରେ କହି କହିଛନ୍ତି, ଆଇଏସଆଇଏସ ଦୁର୍ବଳ ହେବାରେ ଲାଗିଛି । ମୋ ନିର୍ଦ୍ଦେଶରେ ସାହାସୀ ଆମେରିକୀୟ ଏବଂ ନାଇଜେରିଆ ସୈନ୍ୟମାନେ ମିଳିତ ଭାବରେ ଏକି କଷ୍ଟକର ଅପରେସନ କରି ଲକ୍ଷ୍ୟ ହାସଲ କରିଛନ୍ତି । ଅବୁ ବିଲାଲ୍ ମୀନୁକି ଆଫ୍ରିକାରେ ଲୁଚି ରହି ସୁରକ୍ଷିତ ରହିପାରିବେ, କିନ୍ତୁ ଆମେରିକାର ଏଜେନ୍ସିଗୁଡ଼ିକ ତାଙ୍କ କାର୍ଯ୍ୟକଳାପ ବିଷୟରେ ନିରନ୍ତର ଗୁପ୍ତ ସୂଚନା ପାଇଥିଲେ । ସେ ଆଉ ଆଫ୍ରିକାର ଲୋକମାନଙ୍କୁ ଆତଙ୍କିତ କରିପାରିବେ ନାହିଁ କିମ୍ବା ଆମେରିକୀୟମାନଙ୍କ ବିରୁଦ୍ଧରେ ଆକ୍ରମଣ ଯୋଜନା କରିବାରେ ଅଂଶଗ୍ରହଣ କରିପାରିବେ ନାହିଁ । ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ଏହି କାର୍ଯ୍ୟ ISISର ବିଶ୍ୱବ୍ୟାପୀ ନେଟୱାର୍କ ଏବଂ କାର୍ଯ୍ୟ ପାଇଁ ଏକ ବଡ଼ ଆଘା ଦେଇଛି । ''

ଅବୁ ବିଲାଲ୍ ମୀନୁକି କିଏ ?

ଆଇଏସଆଇଏସର ଦ୍ୱିତୀୟ ଟପ୍ କମାଣ୍ଡର ଅବୁ ବିଲାଲ୍ ଅଲ୍ ମୀନୁକି, ଆଫ୍ରିକାର ସାହେଲ ଅଞ୍ଚଳର ଥିଲେ । ସେ ଆଇଏସଆଇଏସରେ ହାଇପ୍ରୋଫାଇଲ୍ ପଦବୀରେ ରହିଥିଲେ । ପଶ୍ଚି ଆଫ୍ରିକା ପ୍ରଦେଶରେ ଜଣେ ବରିଷ୍ଠ କମାଣ୍ଡର ଭାବରେ କାର୍ଯ୍ୟ କରୁଥିଲେ । ଆମେରିକା ତାଙ୍କୁ ଜୁନ୍ ୨୦୨୩ରେ ଏକ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା । ସେବେଠାରୁ ଆମେରିକା ସେନା ତାଙ୍କୁ ଖୋଜୁଥିଲା ।

ISISର ବିଶ୍ୱବ୍ୟାପୀ ନେଟୱାର୍କକୁ ଏକ ବଡ଼ ଝଟକା- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ, ଅବୁ-ବିଲାଲ ଅଲ-ମୀନୁକି ଆଫ୍ରିକାରେ ଆତଙ୍କବାଦ ସହିତ ଆମେରିକୀୟମାନଙ୍କୁ ଟାର୍ଗେଟ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ଥିଲେ । ଅଲ-ମୀନୁକିଙ୍କ ହତ୍ୟା ଆଇଏସଆଇଏସର ବିଶ୍ୱ ନେଟୱାର୍କ ଏବଂ କାର୍ଯ୍ୟକ୍ଷମ କ୍ଷମତାକୁ ଏକ ବଡ଼ ଆଘାତ ଦେଇଛି ବୋଲି କୁହାଯାଉଛି । ଏହି କାର୍ଯ୍ୟରେ ସହଯୋଗ ପାଇଁ ଟ୍ରମ୍ପ ନାଇଜେରିଆ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ନାଇଜେରିଆନ ସେନା ସହିତ ମିଳିତ ଭାବରେ ଅପରେସନ କରାଯାଇଥିଲା । ରିପୋର୍ଟ ଅନୁସାରେ, ଏହି ଅପରେସନ୍ ଏକ ଦୀର୍ଘକାଳୀନ ପ୍ରସ୍ତୁତି ଥିଲା, ଯେଉଁଥିରେ ଆମେରିକୀୟ ଗୁପ୍ତଚର ଏଜେନ୍ସି, ସ୍ୱତନ୍ତ୍ର ବାହିନୀ ଏବଂ ନାଇଜେରିଆନ୍ ସୁରକ୍ଷା ବାହିନୀ ସାମିଲ ଥିଲେ। ଏହି କାର୍ଯ୍ୟାନୁଷ୍ଠାନ ISIS ଆତଙ୍କବାଦୀଙ୍କୁ ଶକ୍ତ ଧକ୍କା ।

ଆଫ୍ରିକାର ଅନେକ ଅଞ୍ଚଳରେ ISISର ପ୍ରଭାବ ବଢିଛି- ଗତ କିଛି ବର୍ଷ ମଧ୍ୟରେ ଆଫ୍ରିକାର ବିଭିନ୍ନ ଅଞ୍ଚଳରେ ISIS ଏବଂ ଏହାର ସହଯୋଗୀ ଆତଙ୍କବାଦୀ ସଂଗଠନଗୁଡ଼ିକର କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଫଳସ୍ୱରୂପ, ଆଫ୍ରିକୀୟ ଦେଶ ଏବଂ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ କ୍ରମାଗତ ଭାବରେ ବୃଦ୍ଧି ପାଇଛି ।

Also Read-Terrorist Attack ପାକିସ୍ତାନ ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ, ୧୫ ଜବାନ ନିହତ