ପୁରୀ ୨୩।୧୧ : ଲକ୍ଷ୍ନୌରେ ଚମକିଲେ ପୁରୀର ଝିଅ। ପ୍ରଧାନମନ୍ତ୍ରୀଙ୍କ ଠାରୁ ଗ୍ରହଣ କଲେ ପୁରସ୍କାର। ପୁରୀ ତ୍ରିଦେବ ନଗରର ସୁପ୍ରିତି ମହାପାତ୍ର ITI ମୋଟର ଭେହିକିଲ ଟ୍ରେଡ ରେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଥିବା ବେଳେ ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଠାରୁ ପୁରସ୍କୃତ ଗ୍ରହଣ କରିଛନ୍ତି।

ଲକ୍ଷ୍ନୌର ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଦେଶର ଆଇଟିଆଇ ଟପ୍ପରମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୁରୀର ସୁପ୍ରିତି ମହାପାତ୍ର। ମେଡାଲ୍ ପିନ୍ଧି ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିବା ସୁପ୍ରିତି ଏବେ ସମସ୍ତଙ୍କ ମନ ଜିଣିଛନ୍ତି। ସାଧାରଣ ପରିବାରର ଝିଅ ହୋଇ ବି ସୁପ୍ରିତି କଠିନ ପରିଶ୍ରମ ଏବଂ ଶୃଙ୍ଖଳା ବଳରେ ସେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି। ସୁପ୍ରିତିଙ୍କ ସଫଳତା ପରେ ପୁରୀରେ ଏବେ ଖୁସିର ଲହରୀ।

Also Read:-ସାମାନ୍ୟ କଥା କଟାକଟିରୁ ଛୁରାମାଡ଼, ଆହତ ଛାତ୍ର ମେଡିକାଲରେ ଭର୍ତ୍ତି

ତେବେ ସୁପ୍ରିତିଙ୍କ ସଫଳତା ଅନ୍ୟ ଝିଅମାନଙ୍କ ପାଇଁ ପ୍ରେରଣା। କୌଶଳ ଶିକ୍ଷାରେ ଝିଅମାନେ ବି ଟପ୍ପର ହୋଇ ପାରିବେ ତାହା ସେ ପ୍ରମାଣ କରି ଦେଇଛନ୍ତି। ପୁରୀର ଝିଅ ସୁପ୍ରିତି ଆଜି ସାରା ଦେଶ ଆଗରେ ପୁରୀକୁ ଗର୍ବିତ କରିଛନ୍ତି। ତେବେ ସ୍ୱପ୍ନ ଦେଖିଲେ ଆଉ ପରିଶ୍ରମ କଲେ ପୁରୀର ଝିଅ ଲକ୍ଷ୍ନୌରେ ଚମକି ପାରେ ତାହା ସୁପ୍ରିତି ପ୍ରମାଣ କରିଛନ୍ତି।