ନ୍ୟୁୟର୍କ, ୨୨|୦୭: ବଡ଼ ଝଟକା ଦେଲେ ଟ୍ରମ୍ପ୍ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବିଭିନ୍ନ ଜେନେରିକ୍ ମେଡିସିନ୍ ଉପରେ ଟାରିଫ୍ ବସାଇଛନ୍ତି । ଏହି ନୂଆ ନିଷ୍ପତ୍ତିରେ ବିଭିନ୍ନ ମେଡିସିନ୍ କମ୍ପାନୀକୁ ଦୁଇ ବର୍ଷ ଯାଏଁ ରିହାତି ଦିଆଯିବ । କିନ୍ତୁ ଏହା ପରେ ସେମାନଙ୍କ ଉପରେ ଉଚ୍ଚ ଟାରିଫ୍ ବସାଯିବ ।

ଟ୍ରମ୍ପଙ୍କ ନୂଆ ଯୋଜନା ଅନୁସାରେ, ଅଗଷ୍ଟ ୧ରୁ ଦୁଇ ବର୍ଷ ଯାଏଁ ଆମେରିକାକୁ ଆସୁଥିବା ଜେନେରିକ୍ ଔଷଧ ଉପରେ ଜିରୋ ପ୍ରତିଶତ ଟାରିଫ୍ ଲାଗିବ । ଅର୍ଥାତ କୌଣସି ଟାରିଫ୍ ଲାଗିବ ନାହିଁ । ଏହାପରେ ଏକ ବର୍ଷ ଯାଏଁ ୧୦୦ ପ୍ରତିଶତ ଏବଂ ପରେ ୨୦୦ ପ୍ରତିଶତ ଟାରିଫ୍ ଲାଗିବ । ଏହାଦ୍ୱାରା ଆମେରିକାର ଔଷଧ ନିର୍ମାଣକାରୀ କମ୍ପାନୀ ବାହାର ଦେଶ ଉପରେ ନିର୍ଭରତା କମ୍ କରିବେ । ଏହା ବଦଳରେ ଦେଶରେ ମାନ୍ୟୁଫାକଚରିଂ ୟୁନିଟ୍ ବସାଇବେ ।

Also Read :- ୪ ଦିନ ଯାଏଁ ଛାଡ଼ିବନି ବର୍ଷା, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭାରତ ପାଇଁ ସୁଯୋଗ

ଏହି ଘୋଷଣା ସେହି ସମୟରେ ହୋଇଛି ଯେତେବେଳେ ଟ୍ରମ୍ପ୍ ପ୍ରଶାସନ ଔଷଧ ପ୍ରସ୍ତୁତିରେ ବିଦେଶୀ ନିର୍ଭରତା କମ୍ କରିବାକୁ ଚାହୁଁଛନ୍ତି । ଏହାଦ୍ୱାରା ଆମେରିକୀୟ ଫାର୍ମା ସେକ୍ଟର ଅନ୍ୟ ବିକଶିତ ଦେଶର ଫାର୍ମା ସେକ୍ଟର ସହ ସମାନ ହୋଇପାରିବ । ଅନ୍ୟ ଦିଗରେ ପ୍ୟାଟେଣ୍ଟ୍ ଏବଂ ଇନୋଭେଟିଭ୍ ଔଷଧ ନୀତିରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଆମେରିକୀୟ ଖାଦ୍ୟ ଏବଂ ଔଷଧ ପ୍ରଶାସନ ଅନୁସାରେ, ୟୁଏସରେ ୯୦ ପ୍ରତିଶତ ଜେନେରିକ୍ ମେଡିସିନ୍ ପ୍ରେସକ୍ରିପସନରେ ପ୍ରଦାନ କରାଯାଏ । ଯାହା ଭାରତୀୟ କମ୍ପାନୀଙ୍କ ପାଇଁ ବ୍ୟବସାୟର ପ୍ରମୁଖ ଉତ୍ସ ଅଟେ ।

ଦାମୀ ଔଷଧ ପାଇଁ ଭିନ୍ନ ରଣନୀତି

ଗତବର୍ଷ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ଆମେରିକା ସରକାରଙ୍କ ସହ ବୁଝାବଣା କରିଥିଲେ । ସେମାନଙ୍କୁ କୋଟି କୋଟି ଟଙ୍କାର ଔଷଧ ଆମଦାନୀ ଉପରେ ଆଶ୍ୱସ୍ତି ପ୍ରଦାନ କରାଯାଇଥିଲା । କିନ୍ତୁ ଜେନେରିକ୍ ମେଡିସିନ୍ ବନାଉଥିବା କମ୍ପାନୀ ଉପରେ ଟ୍ରମ୍ପ୍ ସରକାର କୌଣସି ଆଶ୍ୱସ୍ତି ପ୍ରଦାନ କରିପାରି ନାହାଁନ୍ତି ।