ଭଦ୍ରକ ୧୭।୭: ରାଜପଥ ପାର୍ଶ୍ୱରେ ଠିଆ ହୋଇଥିବା ବେଳେ ଧକ୍କା ଦେଲା ଟ୍ରକ୍ । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ଅଳ୍ପକେ ବର୍ତ୍ତିଗଲେ ଜଣେ । ପରିସ୍ରା କରୁଥିବା ଯୋଗୁଁ ବଞ୍ଚିଗଲା ଯୁବକଙ୍କ ଜୀବନ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୋପବନ୍ଧୁପୁର ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ।

Also Read:- ଜଗନ୍ନାଥଙ୍କ ଆଖିରେ ଥିଲା ଲୁହ.. ବିନା ଟାହିଆରେ ମହାପ୍ରଭୁଙ୍କ ପହଣ୍ଡିକୁ ନେଇ ବର୍ଷିଲେ ଭକ୍ତ

୧୬ ନମ୍ୱର ଜାତୀୟ ରାଜପଥ ଭଦ୍ରକ ଗ୍ରାମାଞ୍ଚଳ ଥାନା ଗୋପବନ୍ଧୁପୁର ନିକଟରେ ଘଟିଛି ମର୍ମନ୍ଦୁଦ ସଡ଼କ ଦୁର୍ଘଟଣା । ଟ୍ରକ୍ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଅନ୍ୟ ଜଣେ ରାସ୍ତା କଡ଼ରେ ପରିସ୍ରା କରୁଥିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି । ହାଇୱା ତଳେ ସାଇକେଲ ଥିବାରୁ ଅନ୍ୟ କେହି ତଳେ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତେଜନାକୁ ଦେଖି ପୋଲିସ ଫୋର୍ସ ମୁତୟନ କରାଯାଇଛି ।