ଭୁବନେଶ୍ବର ୧୭।୭: ବିନା ଟାହିଆରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଘଟଣାକୁ ନେଇ ରାଜନୀତି ଜୋର ଧରିଲାଣି । ପରମ୍ପରା ଭଙ୍ଗକୁ ନେଇ ଭକ୍ତ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପହଣ୍ଡି ବେଳେ ଟାହିଆ ମହାପ୍ରଭୁଙ୍କ ଶୋଭା ବୃଦ୍ଧି କରିଥାଏ । ବିନା ଟାହିଆରେ ମହାପ୍ରଭୁ ରଥାରୂଢ଼ ହେବା ଘଟଣାକୁ ନେଇ କ୍ଷୋଭ ପ୍ରକାଶ ପାଇଛି ।

ବିରୋଧୀ ବିଜେଡି ଏହାକୁ ସରକାରୀ ଅବ୍ୟବସ୍ଥା ଏବଂ ଓଡ଼ିଆ ଅସ୍ମିତା ଉପରେ ଆକ୍ରମଣ ବୋଲି ଦର୍ଶାଇ ଶାସକ ଦଳକୁ ଟାର୍ଗେଟ୍ କରିଥିବା ବେଳେ କ୍ଷୋଭ ପ୍ରକାଶ କରି ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ଟାହିଆ ହଟାଇବାକୁ କିଏ ପରାମର୍ଶ ଦେଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି, ଜଗନ୍ନାଥଙ୍କ ଆଖିରେ କାଲି ଲୁହ ଥିଲା । ମନ୍ଦିର ଭିତରୁ ବାହାରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଛି । ବିନା ଟାହିଆରେ ରହି ରହି ଆସିଛନ୍ତି ମହାପ୍ରଭୁ । ଜଗନ୍ନାଥଙ୍କୁ ଶ୍ରୀହୀନ କରି ଲୋକଙ୍କ ପାଖକୁ ଆଣିବାର କ’ଣ ଆବଶ୍ୟକତା ଥିଲା ବୋଲି ଭକ୍ତ ପ୍ରଶ୍ନ କରିଛନ୍ତି । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା, ବିଶ୍ୱାସ ଉପରେ ପ୍ରହାର ହୋଇଛି । ଅପାରଗତା ପାଇଁ ଜାଣିଶୁଣି ଟାହିଆ ହଟାଯାଇଛି ।

Also Read:- ଜଗତସିଂହପୁର ଓ ଝାରସୁଗୁଡ଼ା ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବୁ… ଧମକପୂର୍ଣ୍ଣ ଇ-ମେଲ୍ ପରେ ଛନକା

ଆହୁରି ମଧ୍ୟ ଭକ୍ତ କହିଛନ୍ତି, ନିଜ ବୟାନ ପାଇଁ ଅନୁତପ୍ତ ହୁଅନ୍ତୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ସରକାରଙ୍କ ଆୟୋଜନରେ ଭୁଲ ପାଇଁ ଏଭଳି ହୋଇଛି । ଦଳାଚକଟା ନ ହେବା ପାଇଁ ପଦ୍ଧତି ବଦଳାଇବାକୁ ପଡିବ । ବୟସ୍କ କିମ୍ବା ରୁଗ୍ଣଙ୍କ ପାଇଁ ଅଲଗା ଏନକ୍ଲୋଜର ହେବା କଥା । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପ୍ରଣାଳୀ ଆଣିବା କଥା ବୋଲି ଭକ୍ତ କହିଛନ୍ତି ।