ନୂଆଦିଲ୍ଲୀ, ୨୨ /୦୩: ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକଙ୍କୁ ନାଲିଆଖି । ନାଲି ଆଖି ଦେଖାଇଲେ ସାଥି ଖେଲାଳି । ପ୍ରାକ୍ଟିସ ସେସନରେ ସାମ୍ନାକୁ ଆସିଛି ଏମିତି ଘଟଣା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ରିପୋର୍ଟ ଅନୁସାରେ, ଏସଆରଏଚ ଅଧିନାୟକ ଇଶାନ କିଷାନ ଏବଂ ସାଥି ଖେଳାଳି ଜିସାନ୍ ଅନସାରୀ ଅଭ୍ୟାସ ବେଳେମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଦଳର ଖେଳାଳି ଅଭ୍ୟାସ କରୁଥିଲେ । ଅଭ୍ୟାସର ଅଷ୍ଟମ ଓଭରରେ ଲେଗ୍ ସ୍ପିନର ଜିସାନ୍ ଇଶାନଙ୍କୁ ଆଉଟ୍ କରିଦେଇଥିଲେ ।

ଆଉଟ୍ ହେବା ପୂର୍ବରୁ ଇଶାନ ଫର୍ମରେ ଥିବା ଦେଖିବାକୁ ମିଳିଥିଲା । ସେ ଦୁଇଟି ବିଶାଳ ଛକା ଲଗାଇଥିଲେ । ଏହାସହ ଦୁଇଟି ଚଉକା ମଧ୍ୟ ମାରିଥିଲେ । କିନ୍ତୁ ଆଉଟ୍ କଲା ପରେ ଜିସାନ ଇଶାନଙ୍କୁ ଆଙ୍ଗୁଠି ଦେଖାଇ ପ୍ୟାଭିଲିୟାନର ରାସ୍ତା ଦେଖାଇଥିଲେ । ହାତ ଦେଖାଇ ଚାଲିଯାଅ ବୋଲି ଇଙ୍ଗିତ କରିଥିଲେ । କିନ୍ତୁ କିଷାନ ଏହା ଦେଖି କେବଳ ହସିଥିଲେ ।

​​​​​​​Also Read :- IPL-26'ରେ କେତେ ରନ୍ କରିବେ ସୂର୍ଯ୍ୟବଂଶୀ ? ବିସ୍ମୟ ବାଳକଙ୍କ ବିସ୍ଫୋରକ ବୟାନ

ପ୍ୟାଟ୍ କମିନ୍ସଙ୍କ ଅନୁପସ୍ଥିତିରେ ଇଶାନ କ୍ୟାପ୍ଟେନ୍

ଚଳିତ ଆଇପିଏଲରେ ଏସଆରଏଚର ଅଧିନାୟକ ପ୍ୟାଟ୍ କମିନ୍ସ ଅସୁସ୍ଥ ଅଛନ୍ତି । ତେଣୁ ଇଶାନ କିଷାନଙ୍କୁ ଅନ୍ତରୀଣ ଅଧିନାୟକନିଯୁକ୍ତକରାଯାଇଛି । ଏହାସହ ଅଭିଷେକ ଶର୍ମା ଦଳର ଉପ ଅଧିନାୟକ ନିଯୁକ୍ତ ହୋଇଛନ୍ତି । ତେବେ ଆରମ୍ଭରୁ କିଛି ମ୍ୟାଚ୍ ରେ ପ୍ୟାଟ୍ ନଜର ଆସିବେନି । ତେଣୁ କିଷାନଙ୍କ ଉପରେ ଗୁରୁ ଦାୟିତ୍ୱ ରହିଛି । ଅନ୍ୟ ଦିଗରେ କେତୋଟି ମ୍ୟାଚରୁ ପ୍ୟାଟ୍ ବାହାରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ ।

ଟି୨୦ ବିଶ୍ୱକପରେ ଇଶାନଙ୍କ କ୍ରେଜ୍

ଭାରତ ୨୦୨୬ ଟି୨ ୦ବିଶ୍ୱକପରେ ବାଜିମାତ୍ କରିଛି । ଭାରତକୁ ବିଜୟୀ କରିବାରେ ଇଶାନଙ୍କ ବଡ ଭୂମିକା ରହିଥିଲା । ସେ ଟୁର୍ଣ୍ଣାମେଣ୍ଟରେ ୩୧୭ ରନ୍ ସଂଗ୍ରହ କରିଥିଲେ । ଏହାସହ ୧୯୯.୩୭ ଷ୍ଟ୍ରାଇକ୍ ରେଟରେ ସେ ରନ୍ ହାସଲ କରିବା ସହ ତିନୋଟି ହାଫ୍ ସେଞ୍ଚୁରି ଲଗାଇଥିଲେ ।