ନୂଆଦିଲ୍ଲୀ, ୨୨ /୦୩:ଭାରତୀୟ କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯବଂଶୀ । ଟିମ୍ ଇଣ୍ଡିଆର ଭବିଷ୍ୟତ ସେ । ବିସ୍ଫୋରକ ବ୍ୟାଟିଂ କରିବା ତାଙ୍କର ଅଭ୍ୟାସ । ପଡିଆକୁ ଓହ୍ଲାଇବା ପରେ ପ୍ରଥମ ବଲରୁ ବିପକ୍ଷ ବୋଲରଙ୍କୁ ସେ କରନ୍ତି ଟାର୍ଗେଟ୍ । ବଡ ବଡ ସଟ୍ ଖେଳନ୍ତି । ମାତ୍ର୧୪-୧୫ବର୍ଷରେ ସେ ଅନେକ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଚଳିତ ଆଇପିଏଲରେବୈଭବଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଗତଥର ଭଳି ଏଥର ମଧ୍ୟ ତାଙ୍କ ବ୍ୟାଟ୍ ଗର୍ଜନ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

କିଛି ମାସ ତଳେ ଅଣ୍ଡର-୧୯ବିଶ୍ୱକପରେ ବୈଭବଙ୍କ ବ୍ୟାଟ୍ ଗର୍ଜନ କରିଥିଲା । ସେ ଫାଇନାଲରେ୧୭୫ରନର ଇନିଂସ ଖେଳିଥିଲେ । ଫଳରେ ଭାରତ ଚାମ୍ପିଅନ ହୋଇପାରିଥିଲା । ଆଇପିଏଲରେ ମଧ୍ୟ ସେ ଆହୁରି ବଡ ବଡ ସ୍କୋର୍ କରିବେ ବୋଲି କହୁଛନ୍ତି । ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ବୈଭବ ଆସନ୍ତା୩୦ତାରିଖରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବେ । ନିଜର ନିର୍ଭୟ ଅନ୍ଦାଜ ଏବଂ ବିସ୍ଫୋରକ ବ୍ୟାଟିଂ କରି ସେ ଚେନ୍ନାଇ ବୋଲରଙ୍କୁ ନିରବ କରିବାକୁ ପ୍ରୟାସ କରିବା ଲକ୍ଷ୍ୟରେ ରହିଛନ୍ତି ।

ରାଜସ୍ଥାନ ରୟାଲ୍ସ ଇଭେଣ୍ଟରେ ଚର୍ଚ୍ଚା

ନିକଟରେ ରାଜସ୍ଥାନ ରୟାଲ୍ସର ଏକ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ବୈଭବ ସାମିଲ ହୋଇଥିଲେ । ତାଙ୍କୁ କିଛି ସାମ୍ବାଦିକ ଅନେକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ସମସ୍ତଙ୍କୁ ଚକିତ କରିଦେଇଥିଲା । ଯେତେବେଳେ ତାଙ୍କୁ ନିଜର ବ୍ୟକ୍ତିଗତ ଇଚ୍ଛା ବାବଦରେ ପଚରା ଯାଇଥିଲା ସେ ଏହାର ଜବାବ ରଖିଥିଲେ ।

କ'ଣ କହିଲେ ସୂର୍ଯ୍ୟବଂଶୀ

ବୈଭବଙ୍କୁ ଜଣେ ରିପୋର୍ଟର୨୦୨୬ଆଇପିଏଲରେ କଣ ଲକ୍ଷ୍ୟ ବୋଲି ପଚାରିଥିଲେ । ଏପରିକି ସେ କେତେ ରନ୍ କରିବେ ବୋଲି ଚିନ୍ତା କରୁଥିବା ପଚରା ଯାଇଥିଲା । ଯାହାର ଉତ୍ତରରେ ବୈଭବ କହିଥିଲେ ଯେ, ଏପରି ପ୍ରଶ୍ନ ପଚାରିଲେ ସେ ଦୁଇ-ତିନି ହଜାର ରନ୍ କହିଦେବେ । ସେମିତି କିଛି ପ୍ଲାନ୍ ନାହିଁ । ସେ କେତେ ରନ୍ କରିବେ ତାହା ଚିନ୍ତା କରି ନାହାଁନ୍ତି । ଯାହା ଦଳ ଚାହିଁବ ସେ ସେମିତି ଖେଳିବେ । ସେ ଦଳକୁ ଟ୍ରଫି ଜିତାଇବା ପାଇଁ ଚେଷ୍ଟା କରିବେ ।

ସେ ଆହୁରି କହିଛନ୍ତି ଯେ, ବ୍ୟକ୍ତିଗତ ସେପରି କିଛି ନାହିଁ । ସଦାବେଳେ ଭଲ କରିବାକୁ ସେ ଚେଷ୍ଟା କରୁଛନ୍ତି ବୋଲି ବୈଭବ କହିଛନ୍ତି ।