ନୂଆଦିଲ୍ଲୀ ୧୭।୦୫;  ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏକ୍ସପ୍ରେସ୍‌ର ଟ୍ରେନ୍‌ର ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳ ପ୍ରାୟ ୫ଟାରେ ଏହି ଘଟଣା ଘଟିଥିଲା। ଘଟଣା କୋଟା ରେଳ ଡିଭିଜନ ଅନ୍ତର୍ଗତ ରତଲାମ ଜିଲ୍ଲାର ଆଲୋଟ ଷ୍ଟେସନ ନିକଟରେ ବିକ୍ରମଗଡ଼ ଆଲୋଟ ଷ୍ଟେସନ ମଧ୍ୟରେ ଘଟିଛି। ସୌଭାଗ୍ୟବଶତଃ, ସମସ୍ତ ଯାତ୍ରୀଙ୍କୁ ସମୟ ମଧ୍ୟରେ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଥିଲା। ଯାହା ଫଳରେ ଏକ ବଡ଼ ବିପର୍ଯ୍ୟୟ ଏଡାଇ ଯାଇଥିଲା। ବର୍ତ୍ତମାନ ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ଟି ଦ୍ରୁତ ଗତିରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସେତେବେଳେ ଟ୍ରେନ୍ ଗାର୍ଡ ଟ୍ରେନ୍ ରୁ ଧୂଆଁ ବାହାରୁଥିବା ଦେଖି ଇଞ୍ଜିନ୍ ଡ୍ରାଇଭରଙ୍କୁ ଏ ବିଷୟରେ ଜଣାଇଥିଲେ। ଏହା ପରେ ତୁରନ୍ତ, ଜରୁରୀକାଳୀନ ପରିସ୍ଥିତିରେ ଟ୍ରେନଟିକୁ ଟ୍ରାକରେ ଅଟକାଇ ଦିଆଯାଇଥିଲା ଏବଂ RPF କର୍ମଚାରୀମାନେ ଦାୟିତ୍ୱ ନେଇ ମାତ୍ର ୧୫ ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଯାଇଥିଲା।

ଅଧିକାରୀମାନେ କହିଛନ୍ତି ଯେ ନିଆଁ ଲାଗିଥିବା କୋଚରେ ୬୮ ଜଣ ଯାତ୍ରୀ ଥିଲେ। ଟ୍ରେନ କର୍ମଚାରୀ ଏବଂ ରେଳ ସୁରକ୍ଷା ବାହିନୀର ସତର୍କତା ଯୋଗୁଁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ରେଳବାଇ ପ୍ରଭାବିତ କୋଚକୁ ଟ୍ରେନରୁ ଅଲଗା କରିଦେଇଛି। ଅଗ୍ନିକାଣ୍ଡର ଖବର ପାଇବା ମାତ୍ରେ କୋଟା ରେଳ ଡିଭିଜନର ରିଲିଫ୍, ଉଦ୍ଧାର ଏବଂ ବୈଷୟିକ ଦଳ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ।

Also Read-Bangkok: ବ୍ୟାଙ୍କକରେ ବସ୍-ଟ୍ରେନ୍ ଧକ୍କା ପରେ ଭୟଙ୍କର ଅଗ୍ନିକାଣ୍ଡ; ଚାଲିଗଲା ୮ ଜଣଙ୍କ ଜୀବନ, ୨୦ରୁ ଅଧିକ ଆହତ​​​​​​​