ନୂଆଦିଲ୍ଲୀ ୦୩।୦୬; ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତ୍ରିଶା କୃଷ୍ଣନ୍। ଲଗାତାର ସେ ଚର୍ଚ୍ଚାରେ ରହିଛନ୍ତି। ଗୋଟିଏ ପଟେ, ତାଙ୍କ ମୁକ୍ତିଲାଭ କରିଥିବା କରୁପ୍ପୁ ବକ୍ସ ଅଫିସରେ ସୁପରହିଟ୍ ପ୍ରମାଣିତ ହୋଇଥିବା ବେଳେ, ଅନ୍ୟପଟେ ତାଙ୍କ ନାଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ଅଭିନେତା ଥାଲାପତି ବିଜୟଙ୍କ ସହ ଯୋଡା ହେଉଛି। ସେମାନଙ୍କ ସମ୍ପର୍କକୁ ନେଇ ବ୍ୟାପକ କଳ୍ପନାଜଳ୍ପନା ଚାଲିଛି। ହେଲେ ତ୍ରିଶା କିମ୍ବା ବିଜୟ କେବେ ଏହି ଗୁଜବକୁ ନେଇ ସିଧାସଳଖ କୌଣସି ବୟାନ ଦେଇନାହାଁନ୍ତି।ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ସାଧାରଣ ଲୋକଙ୍କ ପକ୍ଷରୁ ନିରନ୍ତର ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଛି । ଏବେ, ସ୍ପଷ୍ଟ ଭାବରେ କାହାରି ନାମ ନ ନେଇ, ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି। କିଛି ଫଟୋ ସହିତ ଏକ କ୍ୟାପସନରେ ସେ "ମ୍ୟାଜିକଲ ମେ ମାସ" ବୋଲି ଉଲ୍ଲେଖ କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ କୁକୁରର ଏକ ଭିଡିଓ ସେୟାର କରି ତାଙ୍କ ଟ୍ରୋଲମାନଙ୍କୁ ଟାର୍ଗେଟ କରିଛନ୍ତି।

ତାମିଲନାଡୁ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିବା ଦିନ ଥାଲାପତି ବିଜୟଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଥିଲା । କାହିଁକି ନା ମେ ୪ ତାରିଖରେ ତ୍ରିଶା କୃଷ୍ଣନଙ୍କ ଜନ୍ମଦିନ ମଧ୍ୟ ଥିଲା। ଏହାର କିଛି ସମୟ ପରେ, ୪୩ ବର୍ଷୀୟା ଅଭିନେତ୍ରୀଙ୍କୁ ବିଜୟଙ୍କ ବାସଭବନ ବାହାରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଶା କୃଷ୍ଣନଙ୍କ ଉପସ୍ଥିତି ପ୍ରଶଂସକମାନଙ୍କୁ ଉତ୍ସାହିତ କରିଦେଇଥିଲା। ବିଜୟ ମଞ୍ଚ ଉପରେ ଶପଥ ନେବା ସମୟରେ ତ୍ରିଶାଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏବେ ଏକ ନୂତନ ପୋଷ୍ଟରେ, ତ୍ରିଶା ପ୍ରଶଂସକମାନଙ୍କୁ ତାଙ୍କ ଜନ୍ମଦିନ ପାଳନ ଏବଂ ତାଙ୍କ ପୋଷା କୁକୁର ଇଜିଙ୍କ ସହିତ ବିତାଇଥିବା ମୁହୂର୍ତ୍ତଗୁଡ଼ିକର ଏକ ଝଲକ ଦେଖାଇଛନ୍ତି।

"ଯାଦୁଗରୀ ମେ ସବୁଦିନ ପାଇଁ ମନେ ରହିବ"

ତାମିଲ ସିନେମାର ସର୍ବାଧିକ ଦରମା ନେଉଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ତ୍ରିଶା କୃଷ୍ଣନ। ଇନଷ୍ଟାଗ୍ରାମରେ ତାଙ୍କର ବିଶେଷ "ମେ ମାସ" କ୍ୟାପଚର କରି କିଛି ଫଟୋଗ୍ରାଫ୍ ସେୟାର କରିଛନ୍ତି। କଲକସନରେ ତାଙ୍କ ପୋଷା କୁକୁର ସହିତ ବିତାଇଥିବା ମୁହୂର୍ତ୍ତ, କିଛି ସ୍ନାପସଟ୍ ସହ ଏକ ନୋଟ୍ ରହିଛି। ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି: " ଯାଦୁରୀ ମେ'ର କିଛି ଫଟୋ। ଏହି ସ୍ମୃତିଗୁଡ଼ିକ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋ ମୁହଁରେ ଖୁସି ରଖିବ। ତ୍ରିଶା ତାଙ୍କ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ କୁକୁର ଇଜି ତାଙ୍କ ବିଛଣାରେ ଶୋଇଥିବା ଦେଖାଯାଉଛି। ଏହା ସହିତ, ଅଭିନେତ୍ରୀ ସିକ୍ରେଟ ନୋଟ୍ ଲେଖିଛନ୍ତି: "ମୋ ପର୍ସନାଲ ଜର୍ଣ୍ଣି ।

ଏହି ପୋଷ୍ଟରେ, ତ୍ରିଶା ତାଙ୍କୁ ଜନ୍ମଦିନ ଉପହାର ଭାବରେ ମିଳିଥିବା ଫୁଲ ତୋଡାର ଏକ ଫଟୋଗ୍ରାଫ୍ ଅନ୍ତର୍ଭୁକ୍ତ କରିଛନ୍ତି। ଏଥିରେ ଏକ ନୋ-ମେକଅପ୍ ସେଲ୍ଫି ମଧ୍ୟ ରହିଛି। ଯାହା ତାଙ୍କର ନ୍ୟାଚୁରାଲ ଲୁକ୍ ପ୍ରଦର୍ଶନ କରୁଛି। ଗୋଟିଏ ସ୍ଲାଇଡରେ, ତ୍ରିଶା ଏକ ପ୍ରେରଣାଦାୟକ ନୋଟ୍ ଲେଖିଛନ୍ତି। ଏଥିରେ, ସେ କହିଛନ୍ତି: "ଲକ୍ଷ୍ୟ ହେଉଛି ୪୦ ବର୍ଷ ବୟସରେ ୨୫ ବର୍ଷ ଦେଖାଯିବା ନୁହେଁ। ପ୍ରକୃତ ଉଦ୍ଦେଶ୍ୟ ହେଉଛି ୨୦ ବର୍ଷ ବୟସର ମହିଳାମାନଙ୍କୁ ଦେଖାଇବା ଯେ ୪୦ ବର୍ଷ ବୟସ ହେଉଛି ଏକ ମାଇଲଖୁଣ୍ଟ । ଯାହା ଉତ୍ସାହର ସହିତ ଅପେକ୍ଷା କରାଯାଇପାରିବ।

Also Read-Raveena Tandon : ରବିନା ଟଣ୍ଡନଙ୍କ ମାଆଙ୍କ ଘରୁ ଚୋରି, ୨୫ ଲକ୍ଷ ଟଙ୍କାର ଗହଣା ଓ ମହଙ୍ଗା ଘଣ୍ଟା ନେଇଥିବା ଅଭିଯୁକ୍ତ ଗିରଫ