ଦିଗପହଣ୍ଡି: ମୃତ୍ୟୁ କେତେବେଳେ ବି ଆସିପାରେ। ଅଭିନୟ କରୁଥିଲେ, ଚାଲିଗଲା ଜୀବନ ମଞ୍ଚ ଉପରେ ଟଳି ପଡିଲେ ହନୁମାନ। ନାଟକ ପରିବେଷଣ ବେଳେ ହନୁମାନ ବେଶରେ ଅଭିନୟ କରୁଥିବା ମିଥୁନ ପ୍ରଧାନଙ୍କ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ କଉଡ଼ିଆ ଗାଁରେ ‘ରାମାୟଣ ବା ସତୀ ଲୁହରେ ଜଳୁଛି ଲଙ୍କା’ ନାଟକ ଚାଲିଥିଲା। ସେହି ଗାଁର ମିଥୁନ ପ୍ରଧାନ ହନୁମାନ ବେଶ ଧାରଣ କରିଥିଲେ। ନାଟକ ପରିବେଷଣ ବେଳେ ମଞ୍ଚ ଉପରେ ଟଳିପଡିଥିଲେ।

also read- ଅତାବିରାରେ ବୁଲୁଛି ବାଘ : ଲୋକେ କହୁଛନ୍ତି ମହାବଳ !

ସଙ୍ଗେ ସଙ୍ଗେ ତାଙ୍କୁ ଆଡପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।