ବରଗଡ଼, ୨୫।୧୧ : ବରଗଡ଼ ଅତାବିରା ଅଞ୍ଚଳରେ କୋକୁଆ ଭୟ। ବାଘର ପାଦ ଚିହ୍ନ ଦେଖି ଲୋକେ ଭୟଭୀତ। ଅତାବିରା ବ୍ଲକ ଜାଙ୍ଗେଡ୍ ପଞ୍ଚାୟତରେ ବାଘର ପାଦ ଚିହ୍ନ ଦେଖିବାକୁ ମିଳିଛି ।

ପାଦ ଚିହ୍ନ ଦେଖିବା ପରେ ଲୋକେ ଏହାକୁ ଦେବ୍ରୀଗଡ଼ରେ ଆସିଥିବା ମହାବଳ ବାଘ ବୋଲି କହୁଛନ୍ତି । କିନ୍ତୁ ବନ ବିଭାଗ ଏହାକୁ କଲରାପତରିଆ ବାଘର ପାଦ ଚିହ୍ନ ବୋଲି ଆଶଙ୍କା କରିଛି। ଅନ୍ୟ ପଟେ ବନ ବିଭାଗ କର୍ମଚାରୀମାନେ ଗାଁକୁ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ହେଲା ଦେବ୍ରୀଗଡରେ ଏକ ମହାବାଳ ବାଘ ରାଜୁତି କରୁଛି । ପର୍ଯ୍ୟାଟକମାନେ ମଧ୍ୟ ବାଘକୁ ଦେଖିଛନ୍ତି । ଏହା ପଡୋଶୀ ଛତିଶଗଡରୁ ସାଥୀ ଖୋଜିବା ପାଇଁ ଚାଲି ଆସିଥିବା କୁହାଯାଉଛି । ଲଗାତାର ମହାବଳଟି ସମ୍ବର ଶିକାର କରୁଥିବା ଏବଂ ଜଙ୍ଗଲରେ ବୁଲୁଥିବା ବନ ବିଭାଗ କହିଛି ।