ମାଲକାନଗିରି: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି । ସୁରକ୍ଷାବାହିନୀର ଏନକାଉଣ୍ଟରରେ ଜଣେ ମହିଳା ନକ୍ସଲ ନିହତ ହୋଇଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ନିହତ ନକ୍ସଲଙ୍କୁ ମାଓ ଏରିଆ କମାଣ୍ଡର ରୂପି ଭାବରେ ଚିହ୍ନଟ କରାଯାଇଛି । ଯାହାଙ୍କ ପାଇଁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା ଏବଂ ସେ ପ୍ରତାପପୁର ଏରିଆ କମିଟିର ସଦସ୍ୟ ଥିଲେ।

ସୂଚନା ଥାଉକି, ନିର୍ଦ୍ଧାରିତ ସମୟ ସିମା ମଧ୍ୟରେ ଆତ୍ମସମର୍ପଣ କରିନଥିବ ମାଓବାଦିଙ୍କ ଉପରେ ଭାରି ପଡିଲେ ସୁରକ୍ଷକର୍ମୀ । ଛତିଶଗଡ କାଙ୍କେର ଜିଲ୍ଲାରେ ଏନକାଉଣ୍ଟର ବେଳେ ଜଣେ ମହିଳା ମାଓ କମାଣ୍ଡର ପ୍ରାଣ ହରାଇଛନ୍ତି । କାଙ୍କେର ଏସ.ପି ନିଖିଲ ରାଖେଚା ସୁଚନା ଅନୁଯାଇ ଛୋଟେବେଠିଆ ପରତାପୁର ଥାନା ଅଞ୍ଚଳର ହିଦୁର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ପୋଲିସ ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା ।

Also Read...ମାଓ ମୁକ୍ତ ପରେ ନିଶା ହେବ କୋରାପୁଟ, ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ଦିଆଯିବ ଗୁରୁତ୍ୱ

ସର୍ଚ୍ଚ ଅପରେସନ ବେଳେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ପରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ସମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ଉଦ୍ଧାର ମହିଳା ମାଓ କମାଣ୍ଡର ACM ରୂପିଙ୍କ ବୋଲି ଚିହ୍ନଟ କରାଯାଇଛି । ଏହା ଉଲ୍ଲେଖନୀୟ ଯେ ରୁପି ଥିଲେ DKSZC ସଦସ୍ୟ ବିଜୟ ରେଡ୍ଡିଙ୍କ ପତ୍ନୀ ।

ଯାହାଙ୍କ ମୃତଦେହ ୨୦୨୫ ମସିହାରେ ମାନପୁର-ମୋହଲା ଜିଲ୍ଲାରେ ଏକ ଏନକାଉଣ୍ଟର ପରେ ଉଦ୍ଧାର କରାଯାଇଥିଲା । ଏହା ସହ ରୁପି ଥିଲେ ବସ୍ତର ଅଞ୍ଚଳରେ ସକ୍ରିୟ ଶେଷ ତେଲୁଗୁ ମାଓବାଦୀ । ଘଟଣା ସ୍ଥଳରୁ ଗୋଟିଏ ପିସ୍ତଲ, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି । ଆଖପାଖ ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଛି ।