କୋରାପୁଟ ୦୧।୦୪ : ମାଓ ମୁକ୍ତ ହୋଇଛି କୋରାପୁଟ । ଏବେ ନିଶାମୁକ୍ତ ହେବ କୋରାପୁଟ । ଜିଲ୍ଲାସ୍ତରୀୟ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସରେ ଏପରି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ।

ବୁଧବାର ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ । କୋରାପୁଟ ଜିଲ୍ଲା ପୋଲିସ ପ୍ୟାରେଡ ପଡିଆରେ ୯୧ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନୱର ବିଶାଳ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଡିଆଇଜି କହିଛନ୍ତି ଯେ, ମାଓ ମୁକ୍ତ ପରେ ଏବେ କୋରାପୁଟ ନିଶା ମୁକ୍ତ ଅଭିଯାନରେ କାମ କରୁଛି ପୋଲିସ। ଲୋକଙ୍କ ସେବା କରିବାର ଦାୟିତ୍ୱ ମିଳିଛି । ଆସନ୍ତା ଦିନରେ ସାଧାରଣ ଜନତାଙ୍କ ସୁରକ୍ଷା ଉପରେ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ। ଥାନାରେ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ସୁଦୃଢ଼ କରିବାକୁ ନେଇ କାମ କରାଯିବ।

Also Read:-Biju Row Politics : ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ : କହିଲେ- 'ମୋ ବୟାନର ଭୁଲ ଅର୍ଥ ବାହାର କରାଯାଇଛି'

ସେହିପରି ମହିଳାଙ୍କ ପାଇଁ ଥାନାରେ ସ୍ଵତନ୍ତ୍ର ବ୍ୟବସ୍ଥା ରହିବ। ପୋଲିସର ଭୂମିକା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଭୟ ଆଉ ରହିନାହିଁ କହିଛନ୍ତି ଡିଆଇଜି। ପୋଲିସ କର୍ତ୍ତବ୍ୟ କରୁଥିବା ସମୟରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସମସ୍ତେ କର୍ତ୍ତବ୍ୟବାନ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି। ସହିଦ ପରିବାରଙ୍କ ସାଙ୍ଗରେ ସଦାସର୍ବଦା ବିଭାଗ ରହିଛି । ଜିଲ୍ଲାରେ ହୋଇଥିବା ସହିଦ ଯବାନଙ୍କ ଅବଦାନ ଅତୁଳନୀୟ କହିଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀ ଏବଂ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ଏସପି ରୋହିତ ବର୍ମା ସହ ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

Watch Video:-