ନୂଆଦିଲ୍ଲୀ, ୧୯/୧୦: ମହାରାଷ୍ଟ୍ରର ମୁମ୍ବାଇ ଜୁହୁ ଅଞ୍ଚଳରେ ଅଭିନେତା ଟାଇଗର୍ ଶ୍ରଫଙ୍କୁ ଗୁଳି ମାଡ଼ ହୋଇଛି । ଦୁର୍ବୃତ୍ତମାନେ ତାଙ୍କ କାର୍ ଉପରେ୫ରାଉଣ୍ଡ ଗୁଳିମାଡ଼ କରିଥିଲେ । ଏହାକୁ ନେଇ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଳମ୍ବିତ ରାତ୍ରରେ ଟାଇଗରଙ୍କ ଘରେ ପହଁଚି ସାକ୍ଷାତ କରିଛନ୍ତି । ଅଭିନେତାଙ୍କ ଡାହାଣ ହାତ ନିକଟରେ ଗୁଳିର ଧାସ ଯୋଗୁଁ ସାମାନ୍ୟ ଜଳିଯାଇଥିବାର ଚିହ୍ନ ରହିଛି । ତାଙ୍କ ବିଏମଡବଲୁ ଉପରେ ୫ ରାଉଣ୍ଡ ଗୁଳିମାଡ଼ ହୋଇଥିଲା । କିନ୍ତୁ ଟାଇଗରଙ୍କୁ ଗୁଳି ବାଜିନି ବୋଲି ସିନ୍ଦେ ପ୍ରକାଶ କରିଛନ୍ତି ।

ତେବେ ଗୁଳିକାଣ୍ଡରେ ଟାଇଗରଙ୍କ ଡ୍ରାଇଭର ଫିରଦୋଶ୍ ଏବଂ ଅନ୍ୟ ଜଣେ ଅଟୋ ଚାଳକ ଆହତ ହୋଇଛନ୍ତି । ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଉଛି । ପଚରାଉଚୁରା ପାଇଁ ଜଣେ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।

Also Read :- ଦଶହରାକୁ ଫିକା କରିବ ବର୍ଷା : ଏହି ସବୁ ଜିଲ୍ଲାରେ ଦୁଇ ଦିନ ପ୍ରବଳ ବର୍ଷିବ !

ସିନ୍ଦେ ଟାଇଗରଙ୍କୁ ଭେଟିବା ପରେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପରିବାର ଲୋକେ ଘଟଣାକୁ ନେଇ ଚିନ୍ତିତ ରହିଛନ୍ତି । ସେମାନଙ୍କ କାହା ସହ ବିବାଦ ନାହିଁ । ଶତ୍ରୁତା ମଧ୍ୟ ନାହିଁ । କିନ୍ତୁ ଏହି ଘଟଣା ପରେ ପରିବାର ଲୋକେ ଡରି ଯାଇଛନ୍ତି । ପୋଲିସ ଏବଂ ରାଜ୍ୟ ସରକାର ଟାଇଗରଙ୍ଗ ପରିବାର ସହ ରହିଛନ୍ତି । ମାମଲାକୁ ଗୁରୁତ୍ୱ ଦିଆଯାଉଛି । ଯେଉଁମାନେ ଏଥିରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେ ଆହୁରି କହିଛନ୍ତି ଯେ, ମୁମ୍ବାଇରେ କେଉଁ ବ୍ୟକ୍ତିଙ୍କୁ ଡରାଇବା ଧମକାଇବା କିମ୍ବା ଗୁଣ୍ଡାଗର୍ଦ୍ଦି କରିବା ପାଇଁ ଅନୁମତି ନାହିଁ । ଏଥିରେ ସାମିଲ ହେଲେ କାହାରିକୁ ଛଡାଯିବନି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଯଦି ଆଉ କେଉଁ ଅଭିନେତାଙ୍କୁ ଧମକ ମିଳେ ସେମାନେ ପୋଲିସକୁ ସୂଚନା ଦିଅନ୍ତୁ ବୋଲି ସିନଦେ ଅପିଲ କରିଛନ୍ତି ।