ଭୁବନେଶ୍ୱର, ୧୯/୧୦ : ଦଶହରାରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା କ୍ୱଚିତ୍ ରହିଛି । ତେବେ କିଛି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ। ୧୯ ତାରିଖରେ ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୋମବାର ଜଗତସିଂହପୁର,କଟକ,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଂଜାମ,ଗଜପତି,ଭୁବନେଶ୍ଵର,ପୁରୀ,ଖୋର୍ଦ୍ଧା,ନୟାଗଡ଼ର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ଅଛି। ୨୦ରେ କଳାହାଣ୍ଡି,କନ୍ଧମାଳ,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଜପତି ଓ ଗଞ୍ଜାମରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ଅଛି।

Also Read :- ଟାଇଗରଙ୍କୁ ଗୁଳିମାଡ଼ ଘଟଣାରେ ଜଣେ ଅଟକ, ଏମାନେ କହିଲେ ଆମେ ମାରିଛୁ, ବାପା ଜ୍ୟାକି ଶ୍ରଫ ଦେଲେ ଅପଡେଟ୍ ସୂଚନା

୨୧ ଓ ୨୨ରେ କୋରାପୁଟ,ମାଲକାନଗିରିର ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇପାରେ। ରବିବାର ପୁରୀରେ ୧୪ ମିମି ବର୍ଷା ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୩ ଓ ୩୪ଡିଗ୍ରୀରୁ କମ୍ ରହିଥିଲା ।