ଭୁବନେଶ୍ୱର, ୦୨/୦୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ କଲରାପତରିଆ ବାଘର ପଞ୍ଝା ମାଡ଼ରେ ଜଣେ ଜନ୍ତୁ ରକ୍ଷକ ଆହତ ହୋଇଛନ୍ତି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ଘରକୁ ଫେରିଛନ୍ତି।

ସୂଚନା ଅନୁଯାୟୀ, ପ୍ରାଣୀ ଉଦ୍ୟାନର କ୍ବାରେଣ୍ଟାଇନ ସେଣ୍ଟରର ୧୦ନଂ. କଲରାପତରିଆ ବାଘ ଖୁଆଡ଼ରେ ରଞ୍ଜିତ ବେହେରା ନାମକ ଜଣେ ଅସ୍ଥାୟୀ କର୍ମଚାରୀ କାମ କରନ୍ତି। ମଙ୍ଗଳବାର ସେ ଖୁଆଡ଼ ତାର ଜାଲି ନିକଟରେ କାମ କରୁଥିଲେ। ଏହି ସମୟରେ ତାଙ୍କ ଅସାବଧାନତାରେ ବାଘଟି ହଠାତ୍ ଝାମ୍ପ ମାରିଥିଲା ।

Also Read :- ମାଡ଼ି ଆସୁଛି ବର୍ଷା, ଏହି ୩ ଜିଲ୍ଲାରେ ପ୍ରବଳ ଛେଚିବ...ଆକାଶରୁ ଖସିବ ଚଡ଼କ !

ରଞ୍ଜିତ ଭୟରେ ହାତ ଦେଖାଇ ଦେଇଥିଲେ। ବାଘ ନଖ ତାଙ୍କ ଆଙ୍ଗୁଠି ଅଗରେ ବାଜିଯାଇଥିଲା। ଫଳରେ ଆଙ୍ଗୁଠିରେ କ୍ଷତ ସୃଷ୍ଟି ହୋଇ ରକ୍ତ ବାହାରିଥିଲା। ନନ୍ଦନକାନନ ପକ୍ଷରୁ ତୁରନ୍ତ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ବ୍ୟାଣ୍ଡେଜ୍ ପରେ ସେ ଘରକୁ ଫେରିଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।