ନୀଳଗିରି ୧୬।୪: ମହୁମାଛି ଆକ୍ରମଣରେ ତିନି ଜଣ ଶିକ୍ଷକ ଗୁରୁତର । ବାଲେଶ୍ଵର ଜିଲ୍ଲା ନୀଳଗିରି ନୀଳଗିରି ଶିଶୁମନ୍ଦିରରେ ଘଟିଛି ଏଭଳି ଅଘଟଣ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଛୁଟି ହୋଇଗଲା ବିଦ୍ୟାଳୟ । ଜଣେ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜଣେ ଛାତ୍ରୀ ଆହତ ହୋଇଛନ୍ତି । ମହୁମାଛି ଆକ୍ରମଣରେ ନୀଳଗିରି-ମହୁମାଛି ଆକ୍ରମଣରେ ତିନି ଜଣ ଶିକ୍ଷକ ଗୁରୁତର ହୋଇଥିବା ବେଳେ ଜଣେ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି ।

Also Read:- ଭାରି ଭୟଙ୍କର ମାଟ୍ରିମୋନିରୁ ସମ୍ପର୍କ ! ୪୦ ଲକ୍ଷ ପଟି ମାରିନେଲା ଦ୍ୱିତୀୟ ପତ୍ନୀ, ଧରାଇଦେଲା ରାତି ବେଳର ମଉଜ

ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳୁ ନୀଳଗିରି ଶିଶୁମନ୍ଦିରକୁ ଗୋପୀନାଥପୁର ଅଞ୍ଚଳର ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ନିଜ ଝିଅକୁ ନେଇ ପ୍ରବେଶ କରିବା ବେଳକୁ ମହୁମାଛି ହଠାତ ଆକ୍ରମଣ କରିଥିଲା । ଝିଅକୁ ଆକ୍ରମଣ କରିବା ବେଳକୁ ସେ ବଞ୍ଚାଇବାକୁ ଯିବାରୁ ମହୁମାଛି ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ । ସେ ଜୀବନ ବିକଳରେ ଦୌଡିବା ବେଳକୁ ଆଉ ଦୁଇ ଜଣ ଗୁରୁମାଙ୍କୁ ଆକ୍ରମଣ କରିଥିଲେ । ଜଣେ ଶିକ୍ଷକ ଓ ଦୁଇ ଜଣ ଗୁରୁମା ଗୁରୁତର ଭାବେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁମା ପ୍ରଭାମଞ୍ଜରୀ ନାୟକ, ଦୀପ୍ତିମୟୀ ପୃଷ୍ଟି ଓ ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଛୁଟି କରାଯାଇଥିବା ଜଣାପଡିଛି ।