ଛତିଶଗଡ ୧୮/୧୨: ଛତିଶଗଡ଼ର ସୁକମା ଜିଲ୍ଲାରେ ବଡ଼ ସଫଳତା । ସୁରକ୍ଷା ବାହିନୀ ମାଓବାଦୀଙ୍କ ବିରୋଧରେ ଏନ୍‌କାଉଣ୍ଟର । ତେବେ ସୁରକ୍ଷା କର୍ମୀଙ୍କ ସହ ଏନକାଉଣ୍ଟରରେ ଜଣେ ମହିଳା ସମେତ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳରୁ ଏପର୍ଯ୍ୟନ୍ତ ଜଣେ ମହିଳା ସମେତ ତିନି ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନ ଚାଲିଛି । ଅଧିକ ଅପ୍‌ଡେଟ୍ ପାଇଁ ଅପେକ୍ଷା କରାଯାଇଛି।

ସୁକମା ପୋଲିସ ଅଧୀକ୍ଷକ କିରଣ ଚଭନ ପିଟିଆଇକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗୋଲାପାଲି ପୋଲିସ ଷ୍ଟେସନ ଅଞ୍ଚଳର ଏକ ଜଙ୍ଗଲ ପାହାଡ଼ରେ ସକାଳେ ଜିଲ୍ଲା ରିଜର୍ଭ ଗାର୍ଡର ଏକ ଦଳ ମାଓ କ୍ୟାଡରଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସର୍ଚ୍ଚ ଅପରେସନରେ ବାହାରିଥିବାବେଳେ ଗୁଳି ବିନିମୟ ହୋଇଥିଲା। ଯାହାର ପାଲଟା ଜବାବ ଦେଇଥିଲା ସୁରକ୍ଷା ବାହିନୀ ।

ସୂଚନା ଥାଉକି, ଚଳିତ ବର୍ଷ ଛତିଶଗଡ଼ରେ ଏନକାଉଣ୍ଟରରେ ୨୮୪ ଜଣ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସୁକମା, ବିଜାପୁର ଓ ଦାନ୍ତେୱାଡା ସମେତ ସାତଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୫ ଜଣଙ୍କୁ ନିପାତ କରାଯାଇଥିଲା । ସେହିଭଳି ରାୟପୁର ଡିଭିଜନରେ ପଡ଼ୁଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ସେହିଭଳି ଦୁର୍ଗ ବିଭାଗର ମୋହଲା-ମନପୁର-ଅମ୍ବାଗଡ ଚୌକି ଜିଲ୍ଲାରେ ଦୁଇଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି । ତୁମଲପାଡ ଏନକାଉଣ୍ଟରରେ, ଜିଲ୍ଲା ରିଜର୍ଭ ଗାର୍ଡ (DRG) ର ଏକ ଦଳ ତିନି ଜଣ ମାଓବାଦୀଙ୍କୁ ହତ୍ୟା କରିଛି।