ଭୁବନେଶ୍ବର ୨୮।୯: ଭୁବନେଶ୍ବରରୁ ୩ ନାବାଳକ ନିଖୋଜ ଘଟଣାରେ ପୋଲିସକୁ ବଡ଼ ସଫଳତା । ଜଗତସିଂହପୁର ଅଞ୍ଚଳରୁ ନିଖୋଜ ୩ ନାବାଳକ ଉଦ୍ଧାର ହୋଇଛନ୍ତି । ଘରୁ ଟ୍ୟୁସନ ଯାଇ ନିଖୋଜ ହୋଇଥିଲେ ୩ ନାବାଳକ ।

Also Read:- ଗୃହରେ ମନ୍ତ୍ରୀଙ୍କ ବିବୃତି : ୪ ମାସରେ ୩୦% ଅଧିକ ବର୍ଷା, ୨୩ରୁ ଅଧିକ ଜିଲ୍ଲା ପ୍ରଭାବିତ

ନାବାଳକ ନିଖୋଜ ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ଚନ୍ଦ୍ରଶେଖରପୁର ପୋଲିସ । ସିସିଟିଭି ଯାଞ୍ଚ ସହ ବିଭିନ୍ନ ସୋର୍ସକୁ ସକ୍ରିୟ କରିଥିଲା ପୋଲିସ । ପାଖାପାଖି ୨ ଶହରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା ପୋଲିସ । ଜଗତସିଂହପୁରରେ ୩ ନାବାଳକଙ୍କ ସନ୍ଧାନ ମିଳିଥିଲା। ପରିବାର ଲୋକେ ୩ ନାବାଳକଙ୍କୁ ଚିହ୍ନଟ କରିଥିଲେ । କମିଶନରେଟ୍ ପୋଲିସ ୩ ନାବାଳକଙ୍କୁ ଉଦ୍ଧାର କରି ଥାନାକୁ ଆଣିଛି । ଆବଶ୍ୟକ ପ୍ରକ୍ରିୟା ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।