ଭୁବନେଶ୍ବର ୨୮।୯: ରାଜ୍ୟରେ ବନ୍ୟା ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ସୁରେଶ ପୂଜାରୀ । ବିପର୍ଯ୍ୟୟର ସ୍ଥାୟୀ ସମାଧାନ ଆମ ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଓଡ଼ିଶାରେ ୪ ମାସରେ ୩୦ ପ୍ରତିଶତରୁ ଅଧିକ ବର୍ଷା ହୋଇଛି । ଦୁଇ ମାସରେ ୧୨ଟି ଲଘୁଚାପ ସୃଷ୍ଟି ହୋଇଛି । ଏଥିରୁ ୪ଟି ଅବପାତରେ ପରିଣତ ହୋଇଛି । ଓଡ଼ିଶାରେ ୨୩ରୁ ଅଧିକ ଜିଲ୍ଲା ବ୍ୟାପକ କ୍ଷତି ହୋଉଛି ।

ରବିବାର ମୁଖ୍ୟମନ୍ତ୍ରୀ ଦକ୍ଷିଣ ଓଡ଼ିଶା କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ । ଲୋକଙ୍କ ସହ ବସି ଦିଆଯାଉଥିବା ଖାଦ୍ୟର ମାନ ପରଖି ଥିଲେ । ପୂର୍ବରୁ ଯାଜପୁର ଓ ଭଦ୍ରକ ଯାଇ ପାଣି ଭିତରେ ପଶି ବନ୍ୟା ସ୍ଥିତିର ସମୀକ୍ଷା କରିଥିଲୁ । କ’ଣ ବ୍ୟବସ୍ଥା କଲେ ଆଗକୁ ବର୍ଷା ଆସିଥିଲେ ଏଭଳି ସ୍ଥିତି ହେବ ନାହିଁ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି ।

Also Read:- ମହାନଦୀ ପାଇଁ ବନ୍ୟା ଆଶଙ୍କା, କଟକ-ଖୋର୍ଦ୍ଧା-ପୁରୀ-ଜଗତସିଂହପୁର ପ୍ରଭାବିତ ହେବା ସୂଚନା

ଫସଲ, ଘର ସହ ପନିପରିବା ଓ ମକା ଚାଷ ପାଇଁ କ୍ଷତିପୂରଣ ପାଇଁ ୧ ହଜାର କୋଟିର ସ୍ୱତନ୍ତ୍ର ପ୍ୟାକେଜ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ବନ୍ୟା ପରେ ଭିତ୍ତିଭୂମି ସୁଦୃଢ କରାଯିବ ସହ ଆଗକୁ ଏଭଳି ନହେବା ପାଇଁ IIT ସର୍ଭେ କରିବ ।