କଟକ ୧୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ କରିବା ଅପିଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି । ଓଡ଼ିଶା ହାଇକୋର୍ଟର ୩ ବିଚାରପତି ସାଇକେଲରେ କୋର୍ଟକୁ ଯାଇଛନ୍ତି । ବିଚାରପତି ସାବିତ୍ରୀ ରଥ, ବିଚାରପତି ଭି ନରସିଂହ ଓ ବିଚାରପତି ଏସ୍‌. ଏସ୍‌ ମିଶ୍ର ସାଇକେଲରେ କୋର୍ଟରୁ ଯାଇଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାର ବାର୍ତ୍ତା ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ବିଚାରପତି ମାନେ ସାଇକେଲରେ କୋର୍ଟକୁ ଯାଇଛନ୍ତି ।

କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପେଟ୍ରୋଲ ଓ ଡିଜେଲ ବ୍ୟବହାର କମାଇବା ସହ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆହ୍ୱାନ ଦେଇଥିଲେ । ସେଇ ଆଧାରରେ ଓଡ଼ିଶା ହାଇକୋର୍ଟର ଏହି ତିନି ଜଣ ବିଚାରପତି ସାଇକେଲରେ ଯାତ୍ରା କରିଛନ୍ତି । ଏମାନେ ଜୁଡିସିଆଲ ଏକାଡେମୀ ନିକଟରୁ ବାହାରି ହାଇକୋର୍ଟକୁ ସାଇକେଲ ଯୋଗେ ଯାଇଥିଲେ । ଯଦିଓ ସେମାନଙ୍କ ସାଙ୍ଗରେ ପିଏସ୍‌ଓ ଥିଲେ ହେଲେ ସେଭଳି କୌଣସି ଏସ୍କର୍ଟ କି ଅଧିକ ପୋଲିସ ନଥିବା ଦେଖିବାକୁ ମିଳିଥିଲା ।

​​​​​​​Also Read:- ଭୁବନେଶ୍ୱରରେ ମଟନ୍ କିଲୋ ପ୍ରତି ୫୦ ଟଙ୍କା ବୃଦ୍ଧି, ତଥାପି ହେଲା ପ୍ରାୟ ୪ କୋଟିର ବେପାର

ଉଲ୍ଲେଖଯୋଗ୍ୟ ଯେ, ପଶ୍ଚିମ ଏସିଆରେ ସଙ୍କଟକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣ ମାନଙ୍କୁ ଇନ୍ଧନ ସଞ୍ଚୟ କରିବାକୁ ଅପିଲ୍ କରିଥିଲେ । ଜନସାଧାରଣଙ୍କୁ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ହ୍ରାସ କରିବାକୁ, ଘରୁ କାମ କରିବାକୁ ଏବଂ ଆବଶ୍ୟକ ନଥିଲେ ବିଦେଶ ଯାତ୍ରା ନକରିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଥିଲେ । ଏମିତିକି ଗୋଟିଏ ବର୍ଷ ପାଇଁ ସୁନା ନକିବାକୁ ମଧ୍ୟ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଅପିଲ୍‌କୁ ପାଳନ କରିବାକୁ ଯାଇ ନିଜ କନ୍‌ଭୟକୁ ୫୦% ହ୍ରାସ କରିଛନ୍ତି । ତାଙ୍କ ସରକାରୀ କନ୍‌ଭୟରେ ଯାନବାହାନ ସଂଖ୍ୟା ଯଥେଷ୍ଟ ସୀମିତ ହୋଇଥିବା ଜଣାପଡିଛି ।