ଯାଜପୁର ୭।୯: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମୁଳାପାଳ ବ୍ରଜନଗର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ଯାଉଥିବା ବେଳେ ପିଲାଙ୍କୁ ଧକ୍କା ଦେଲା କାର୍ । ଦୁଇ ଛାତ୍ର ଗୁରୁତର ଥିବାବେଳେ ଜଣେ ନାବାଳିକା ଗୁରୁତର ହୋଇଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଦୁଇ ଛାତ୍ର ମୂଳାପାଳ ନିକଟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପିଲା । ବାଇକ୍ ଯୋଗେ ସ୍କୁଲ୍ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା । ଗୁରୁତର ଛାତ୍ର ଦୁଇ ଜଣ ହେଉଛି ସଠୀପୁର ଅଞ୍ଚଳର ।

Also Read:- ପୁରୀ ଗଳିକନ୍ଦିରେ ଝୁଲୁଛି ମାଳମାଳ ବିଦ୍ୟୁତ ତାର, ବିପଦରେ ସ୍ଥାନୀୟ ବାସିନ୍ଦା ଆଉ ପର୍ଯ୍ୟଟକ

ତେବେ ବାଇକ୍‌ରେ ଦୁଇ ଛାତ୍ରଙ୍କ ସହ ଜଣେ ନାବାଳିକା ବସିଥିବା ବେଳେ ଏକ କାର୍ ବାଇକ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଛାତ୍ରଙ୍କ ସହ ବାଇକ୍ ଚଳାଉଥିବା ବ୍ୟକ୍ତି ଗୁରୁତର ହୋଇ ପଡ଼ିଥିଲେ । ତେବେ ସମସ୍ତଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Watch Video: