ପୁରୀ ୭।୯: ସାରା ପୁରୀ ସହର ଉପରେ ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲୁଛି ବିଦ୍ୟୁତ ତାର । ଶ୍ରୀମନ୍ଦିର ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ସାହି ଓ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳି ଏବଂ ସାହିରେ ଏଭଳି ବିପଦପୂର୍ଣ୍ଣ ସ୍ଥିତି । ମହାନଗର ନିଗମରେ ଥିବା ୭ ସାହି ୪୨ ଗଳିକନ୍ଦି ଏବେ ବିପଦରେ । ମାଳମାଳ ତାର ଝୁଲିଛି । ସ୍ଥାନୀୟ ବାସିନ୍ଦା ଏବଂ ପର୍ଯ୍ୟଟକଙ୍କ ଉପରେ ବିପଦ ଝୁଲୁଛି, ଏଣେ ସବୁ ଦେଖି ଚୁପ୍ ବସିଛି ପ୍ରଶାସନ । ଏଭଳି ସ୍ଥିତି ପଶୁ, ପକ୍ଷୀ, ମାଙ୍କଡ଼ଙ୍କ ଠାରୁ ମଣିଷଙ୍କ ପାଇଁ ବିପଦ ସୃଷ୍ଟି କରିଛି ।

Also Read:- ଯୁବତୀଙ୍କ ଖାଦ୍ୟରେ ନିଶା ମିଶାଉଥିଲେ ଡ୍ରାଇଭର, ଜଣାପଡିଗଲା ସତ…

ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ଜୟନ୍ତ ଷଡଙ୍ଗୀ । ମାଳମାଳ ତାର ଯୋଗୁଁ ସମସ୍ତେ ଅସୁରକ୍ଷିତ ଥିବା ଖୋଦ୍ ପୂର୍ବତନ ବିଧାୟକ କହିଥିବା ବେଳେ ଟାଟା ପାଓ୍ବାରକୁ ଯୁଦ୍ଧକାଳୀନ ଭିତ୍ତିରେ ତାର ହଟାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Watch Video: