ଆସ୍କା ୫।୭: ରୋଷେଇ ବେଳେ ଅଘଟଣ । ଗ୍ୟାସ୍ ସିଲିଣ୍ଡର ଫାଟି ଲାଗିଗଲା ନିଆଁ । ୩ ଗୁରୁତର ମେଡିକାଲରେ ଭର୍ତ୍ତି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ତାଳୁକା ଛକରେ ଘଟିଛି ଏଭଳି ଅଘଟଣ ।

ରୋଷେଇ ବେଳେ ଗ୍ୟାସ୍ ସିଲିଣ୍ଡର ଫାଟି ୩ ଶ୍ରମିକ ଗୁରୁତର ହୋଇଛନ୍ତି l ରବିବାର ସକାଳେ ଘରେ ରୋଷେଇ କରିବା ସମୟରେ ଗ୍ୟାସ୍ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଥିଲା । ଫଳରେ ଶ୍ରମିକ ମାନେ ଗୁରୁତର ହୋଇଥିଲେ l ସେମାନଙ୍କ ହାତ ଓ ଗୋଡ଼ ପୋଡି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରାଯାଇଛି l ଗୁରୁତର ମାନେ ହେଲେ ବାଲାଜୀ ବିଷୋୟୀ, ମାଧବ ବେହେରା କାଳନ୍ଦୀ ସିଂହ l ଏମାନେ ସମସ୍ତେ ନୟାଗଡ଼ ଅଞ୍ଚଳର ହୋଇଥିବା ବେଳେ ଆସିକାରେ ଶ୍ରମିକ ଭାବେ କାମ କରୁଥିଲେ l

Also Read:- ବର୍ଷା ଛାଡ଼ିବନି, ଆଗକୁ ଆଉ ଗୋଟିଏ ଲଘୁଚାପ : ଏହି ସବୁ ଜିଲ୍ଲାର ଲୋକେ ରୁହନ୍ତୁ ସାବଧାନ !

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିବା ବେଳେ ଗୁରୁତର ହୋଇଥିବା ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି l