ମୋହନା ୨୯।୧୧: ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଶିଆଳିଲଟି ମୂଷାଦଲି ନିକଟରୁ ଅପହୃତ ଯୁବତୀ ଉଦ୍ଧାର । ଯୁବତୀଙ୍କୁ ଉଦ୍ଧାର କରିଛି ପୋଲିସ l ପ୍ରେମିକ ସହ ତିନି ଜଣଙ୍କୁ ଗିରଫ କରାଯାଇଛି । ଅପହରଣରେ ବ୍ୟବହୃତ ବୋଲେରୋ ଜବତ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ରାମଗିରି ଝାଡ଼ପଡା ଗାଁର ଉପେନ୍ଦ୍ର ନାୟକ ସମେତ ୩ ଜଣ ଯୁବକକୁ ଗିରଫ କରିଛି ପୋଲିସ l

ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ମହାଲିମ୍ବ ଗାଁର ବାପା, ମାଆ, ଝିଅ ମିଶି ଗୋଟିଏ ବାଇକ୍ରେ ଗଜପତି ଜିଲ୍ଲା ରାମଗିରି ଥାନା ଅଞ୍ଚମା ଗାଁକୁ ଆସିଥିଲେ l ସନ୍ଧ୍ୟାରେ ଗାଁକୁ ଫେରୁଥିବା ବେଳେ ରାସ୍ତାରେ ବାଇକ୍କୁ ଅଟକାଇ ବାପା, ମାଆଙ୍କ ଆଗରେ ଝିଅକୁ ୬ ଜଣ ଯୁବକ ଅପହରଣ କରି ବୋଲେରୋରେ ନେଇଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା l ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିଲା l

Also Read:- ବାପା ମାଆଙ୍କ ଆଖି ଆଗରୁ ଝିଅକୁ ଅପହରଣ, ଶିଆଳିଲଟି ମୂଷାଦଳିରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ

ରବିବାର ଭୋର ସମୟରେ ରାମଗିରି ଥାନା କିନ୍ତେସାହିରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି l ପ୍ରାଥମିକ ତଦନ୍ତରୁ ପ୍ରେମଜନିତ କାରଣରୁ ଅପହରଣ କରାଯାଇଥିବା ଜଣାପଡିଛି । ଖୁବ୍‌ଶୀ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।