ଭୁବନେଶ୍ବର ୧।୭: ଖୋଲିବ କି ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ମୃତ୍ୟୁ ପଛର ଅସଲ ରହସ୍ୟ ? ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଟିମ୍ । ଦୁଇ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟ ଅନୁମତି ଦେଇଛନ୍ତି । ସ୍କାଏଲାବ ପତି, ବିସ୍ମୟ ମହାନ୍ତି, ପଞ୍ଚାନନ ବଡ଼ଜେନାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

ବାଲିଅନ୍ତା ପୋଲିସ‌ ଦ୍ବାରା ଗିରଫ ହୋଇଥିଲେ ୩ ଅଭିଯୁକ୍ତ। ତଦନ୍ତ ବେଳେ ୩ ଅଭିଯୁକ୍ତଙ୍କ ଭୂମିକା ନେଇ ଯାଞ୍ଚ କରିଥିଲା କ୍ରାଇମବ୍ରାଞ୍ଚ ମାମଲାରେ ୩ ମୁଖ୍ୟ ଅଭିଯୁକ୍ତ ବୋଲି କ୍ରାଇମବ୍ରାଞ୍ଚ ପ୍ରମାଣ ପାଇଥିଲା ଏମାନଙ୍କୁ ନେଇ ପଚରାଉଚରା ପରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିବ ବୋଲି ଅନୁମାନ । ଝାରପଡା ଜେଲ୍‌ରୁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ।

Also Read:- କୋଟଗଡ଼ ବ୍ଲକ୍‌ରେ ମହାଦୁର୍ନୀତିର ପର୍ଦ୍ଦାଫାଶ, ସହକାରୀ-କନିଷ୍ଠ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ

ଉଲ୍ଲେଖଯୋଗ୍ୟ ଯେ, ସୌମ୍ୟ ହତ୍ୟା ମାମଲାରେ ଏବେସୁଦ୍ଧା ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଭିଡ଼ ହିଂସା ସହ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର ଅଭିଯୋଗ ଦିଗରେ ତଦନ୍ତ ଚାଲିଛି