ଫୁଲବାଣୀ ୧।୭: କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ମହାଦୁର୍ନୀତିର ପର୍ଦ୍ଦାଫାଶ । ବ୍ଲକର AE, JE, ADO, PEO ମିଳିମିଶି ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ । କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ MGNREGA ରେ ମିଥ୍ୟା ବିଲ୍ କରି ୩୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ । ବ୍ଲକର ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଙ୍କୁ ଫୁଲବାଣୀ ଭିଜିଲାନ୍ସ ଟିମ୍ ଗିରଫ କରିଛି ।

କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକରେ ଏମଜିଏନଆରଜିଏସରେ ହୋଇଥିବା ଦୁର୍ନୀତି ଘଟଣାରେ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରାଙ୍କୁ ଫୁଲବାଣୀ ଭିଜିଲାନ୍ସ ବିଭାଗ ଗିରଫ କରିଛି । କୋଟଗଡ଼ ବ୍ଲକ ଧରାକୋଟ ପଞ୍ଚାୟତରେ ଏମଜିଏନଆରଇଜିଏସରେ ମିଥ୍ୟା ବିଲ୍ କରି ୩୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆତ୍ମସାତ କରିଥିବା ସେମାନଙ୍କ ନାଁରେ ଅଭିଯୋଗ ଆସିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏଥିରେ ଅର୍ଥ ଆତ୍ମସାତ ହୋଇଥିବା ସ୍ପଷ୍ଟ ହୋଇଥିଲା ।

Also Read:- ଆନ୍ଦୋଳନରେ ଡାକ୍ତର, ଭଦ୍ରକ ଜିଲ୍ଲାରେ ସବୁ ପ୍ରକାର ଚିକିତ୍ସା ସେବା ସମ୍ପୂର୍ଣ୍ଣ ଠପ୍

ଏହି ଘଟଣାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁତନ୍ୟ ମହାକୁଡ଼ ଏବଂ ବ୍ଲକ୍ ସହକାରୀ ଉନ୍ନୟନ ଅଧିକାରୀ କଂଶିରାମ ଦିଗାଲଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଥିଲେ । ଦୁର୍ନୀତିର ଅଧିକ ତଦନ୍ତ ପାଇଁ ମାମଲାକୁ ଜିଲ୍ଲା ପରିଷଦ ପକ୍ଷରୁ ଭିଜିଲାନ୍ସକୁ ଦିଆଯାଇଥିଲା । ଏହି ମାମଲାର ତଦନ୍ତ କରି ସେମାନଙ୍କୁ ଗିରଫ କରାଯାଇଛି ବୋଲି ଫୁଲବାଣୀ ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

୨୦୨୨-୨୩ ଏବଂ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏହି ମିଥ୍ୟା ବିଲ୍ ହୋଇଥିଲା । ତେବେ ସେବାଠାରୁ ସହକାରୀ ଯନ୍ତ୍ରୀ ଏବଂ କନିଷ୍ଠ ଯନ୍ତ୍ରୀ ଆତ୍ମଗୋପନ କରିଥିଲେ । ଆଜି ଫୁଲବାଣୀର ଏକ ଲଜ୍ରୁ ଉଭୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ଫୁଲବାଣୀ ଭିଜିଲାନ୍ସ ଟିମ୍ ।