ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ଏବେ ବିଭିନ୍ନ କମ୍ପାନିଙ୍କ ପାଇଁ ଚିନ୍ତା ବଢ଼ାଇଛି। କାରଣ ଅଶୋଧିତ ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲର ଦାମ୍ ବଢ଼ିବାରୁ କମ୍ପାନିଙ୍କ ଖର୍ଚ୍ଚ ବଢ଼ିଛି। ଏମିତିରେ ଏବେ କମ୍ପାନିମାନେ ମୂଲ୍ୟ ବୃଦ୍ଧି କରିବା ନେଇ ଯୋଜନା କଲେଣି। ତେଣୁ ଯୁଦ୍ଧ ଜାରି ରହିଲେ ନିତ୍ୟବ୍ୟହାର୍ଯ୍ୟ ସାମଗ୍ରୀର ମୂଲ୍ୟ ବି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି।

ପ୍ରକୃତରେ ବର୍ତ୍ତମାନ ଯୁଦ୍ଧ ଯୋଗୁ ଅନେକ କମ୍ପାନି କ୍ଷତି ସହୁଛନ୍ତି। ଯେଉଁଥିରେ ତେଲ, ଲୁଣ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ହେଉ କି ଇଲେକ୍ଟ୍ରୋନିକ୍ସ ଓ ଚିକିତ୍ସା ଉପକରଣ ତିଆରି କମ୍ପାନି କରୁଥିବା କମ୍ପାନି ଅଛନ୍ତି। ତେଣୁ ଏମିତିରେ ଏସବୁ ଏବେ ମହଙ୍ଗା ହୋଇପାରେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ବୋତଲ ପାଣି ଠାରୁ ଆରମ୍ଭ କରି ଏୟାର କଣ୍ଡିସନର, ରେଫ୍ରିଜରେଟର, ନନ୍‌ ସର୍ଜିକାଲ ଚିକିତ୍ସା ସାମଗ୍ରୀ ଦାମ ବଢ଼ିବ ।

Also Read: Changes from april 2026: କମର୍ସିଆଲ୍ ସିଲିଣ୍ଡର ଦାମ ବୃଦ୍ଧି ସହ କମିବ ଦରମା; ଏପ୍ରିଲ ପହିଲାରୁ ହେଲା ୧୫ ବଡ଼ ପରିବର୍ତ୍ତନ

ପ୍ଲାଷ୍ଟିକ ଶିଳ୍ପ ବେଶୀ କ୍ଷତିଗ୍ରସ୍ତ

ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଦେଶରେ ପ୍ଲାଷ୍ଟିକ ଶିଳ୍ପ ବେଶୀ କ୍ଷତିଗ୍ରସ୍ତ ହୋଇଛି। ଗତ ମାସକ ମଧ୍ୟରେ ପ୍ଲାଷ୍ଟିକ ପାଇଁ ବ୍ୟବହୃତ ହେଉଥିବା କଞ୍ଚାମାଲର ମୂଲ୍ୟ ୫୦-୭୦% ବୃଦ୍ଧି ପାଇଛି। ତେଣୁ ଏପ୍ରିଲ ମାସରେ ପ୍ଲାଷ୍ଟିକ୍ ତିଆରି ସାମଗ୍ରୀ ମୂଲ୍ୟ ୫୦-୬୦% ବୃଦ୍ଧି ପାଇପାରେ।

ଖାଲି ସେତିକି ନୁହେଁ ଏପର୍ଯ୍ୟନ୍ତ ପଚାଶ ହଜାର ପ୍ଲାଷ୍ଟିକ୍ କାରଖାନା ପ୍ରଭାବିତ ହୋଇଛି। ବାଣିଜ୍ୟିକ ଏଲପିଜିର ଅଭାବର ସମ୍ମୁଖୀନ ହେଉଥିବା ଅଧିକାଂଶ ୟୁନିଟ୍ ଉତ୍ପାଦନ ବନ୍ଦ କରିଛନ୍ତି ଅଥବା ଉତ୍ପାଦନ ହ୍ରାସ କରିଛନ୍ତି। ଆଗକୁ ପ୍ରାୟ ୨୦ ହଜାର କାରଖାନା ବନ୍ଦ ହେବାର ଆକଳନ କରାଯାଉଛି।ଗୁଜୁରାଟର ରାଜକୋଟରେ ୪୦ରୁ ଅଧିକ ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ମଧ୍ୟ ପ୍ରଦେଶ, ରାୟପୁର ଏବଂ ହାଇଦ୍ରାବାଦରେ ମଧ୍ୟ ଅନେକ ପ୍ଲାଣ୍ଟ ବନ୍ଦ ଅଛି। ପ୍ଲାଷ୍ଟିକ୍ ପ୍ୟାକେଜିଂ ନିର୍ମାତାମାନେ ଅଧିକ ସମୟ ପାଇଁ ମାର୍ଜିନ୍ ଚାପ ସହ୍ୟ କରିପାରୁ ନାହାଁନ୍ତି। ଅନେକ ୟୁନିଟ୍ ପୁରୁଣା ଅର୍ଡର ବାତିଲ କରିଛନ୍ତି। ସ୍ଥିତି ଆହୁରି ଖରାପ ହେଲା ୨ରୁ ୩ ଲକ୍ଷ ଲୋକ ଚାକିରି ହରାଇବେ ବୋଲି ଅଲ୍ ଇଣ୍ଡିଆ ପ୍ଲାଷ୍ଟିକ୍ ମାନୁଫାକ୍ଚରିଂ ଆସୋସିଏସନର ସଭାପତି ସୁନୀଲ ଶାହ କହିଛନ୍ତି।

Also Read:ଯୁଦ୍ଧରେ ଥରହର ଇରାନ ଦେଲା ଭାରତକୁ ବିପୁଳ ତେଲ, ଡ୍ରୋନ-କ୍ଷେପଣାସ୍ତ୍ରକୁ ଏଡାଇ ଗୁଜରାଟ ମୁହାଁ ତେଲ ଜାହାଜ

ବଢ଼ିପାରେ ସିମେଣ୍ଟ ଦାମ

ସେହିଭଳି ଏଲପିଜି ଅଭାବରୁ ରେଡି- ଟୁ- ଇଟ୍ ଖାଦ୍ୟର ଚାହିଦା ବଢିଛି। ତେଣୁ ଇଣ୍ଡକ୍ସନ କୁକଟପ୍ସର ବିକ୍ରୟ ସ୍ୱାଭାବିକ ତୁଳନାରେ ୧୦ ଗୁଣ ଅଧିକ ହୋଇଛି। ଗ୍ୟାସ ସଂକଟ ଯୋଗୁ ପେଟକୋକ୍, କୋଇଲା ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ହଠାତ୍ ବୃଦ୍ଧି ପାଇଛି, ଯାହା ସିମେଣ୍ଟ ଶିଳ୍ପକୁ ମଧ୍ୟ ପ୍ରଭାବିତ କରିଛି। ସିମେଣ୍ଟ ବ୍ୟାଗ ପାଇଁ ବ୍ୟବହୃତ ପଲିପ୍ରୋପିଲିନ୍ ସିଧାସଳଖ ଅଶୋଧିତ ତେଲ ସହିତ ଜଡିତ। ଏହି କ୍ଷତି ପୂରଣ ପାଇଁ, କମ୍ପାନୀଗୁଡ଼ିକୁ ୪-୫% ମୂଲ୍ୟ ବୃଦ୍ଧି କରିପାରନ୍ତି ବୋଲି ସୂଚନା ମିଳିଛି।