ପୁରୀ ୦୬।୦୮ : ମହାପ୍ରଭୁଙ୍କୁ ପୁଣି ଅସମ୍ମାନ । ଖୋଲା ଆକାଶ ତଳେ ବସିଛନ୍ତି ମହାପ୍ରଭୁ । ତାହା ପୁଣି ଆଉ କେଉଁଠି ନୁହେଁ, ଶ୍ରୀକ୍ଷେତ୍ରରେ ମହୋଦଧି କୂଳରେ ଖୋଲାଆକାଶ ତଳେ ବସିଛନ୍ତି ମହାପ୍ରଭୁ । ଯାହାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଖବର ଅନୁଯାୟୀ, ପୁରୀ ସମୁଦ୍ର କୂଳରେ ଖୋଲା ଆକାଶ ତଳେ ମହାପ୍ରଭୁ। ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତି ସମୁଦ୍ର କୂଳର ଖୋଲା ଆକାଶ ତଳେ ପଡ଼ିରହିଛି। ତେବେ ଏହି ମୂର୍ତ୍ତି ସମୁଦ୍ରରେ ଭାସି ଆସିଥିବା ବେଳେ କେହି ବ୍ୟକ୍ତି ଏହାକୁ ସମୁଦ୍ର ବାଲି ଉପରେ ରଖି ଦେଇଥିବା ଚର୍ଚ୍ଚା ହେଉଛି। ମହାପ୍ରଭୁଙ୍କ ମୂର୍ତ୍ତୀକୁ ଏଭଳି ଖୋଲା ଆକାଶ ତଳେ ରଖିବାକୁ ନେଇ ଲୋକଙ୍କ ଭାବନାକୁ ଆଘାତ ଲାଗିଛି। ତୁରନ୍ତ ଏହି ମୂର୍ତ୍ତିକୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ଯଥାସ୍ଥାନରେ ରଖିବା ପାଇଁ ଦାବି ହୋଇଛି।

Watch Video:-