ନୂଆଦିଲ୍ଲୀ: ବଢ଼ୁଥିବା ଡିଜିଟାଲ୍ ଆରେଷ୍ଟ ଏବଂ ନିବେଶ ନାଁରେ ଠକେଇ ରୋକିବା ଦିଗରେ ପୁଣି ବଡ଼ କାର୍ଯ୍ୟାନୁଷ୍ଠାନ। ସୋମବାର ଗୃହ ମନ୍ତ୍ରଣାଳୟ ସାଇବର ଶାଖା ଏବଂ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (I4C), ସାଇବର ଅପରାଧୀଙ୍କ ବିରୁଦ୍ଧରେ ଏକ ବ୍ୟାପକ "ଡିଜିଟାଲ୍ ଷ୍ଟ୍ରାଇକ୍" ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ, ସାଇବର ଶାଖା ଚଳିତ ବର୍ଷରେ ଏପର୍ଯ୍ୟନ୍ତ ୩,୯୬୨ଟି ସ୍କାଇପ୍ ଆଇଡି ଏବଂ ୮୩, ୮୬୭ଟି ହ୍ବାଟ୍ସ ଆକାଉଣ୍ଟକୁ ବ୍ୟାନ କରିଛି। ଦୂରସଂଚାର ବିଭାଗ (DoT), ପୋଲିସ ବାହିନୀ ଏବଂ ଦୂରସଂଚାର ସେବା ପ୍ରଦାନକାରୀଙ୍କ ସମନ୍ୱୟରେ କରାଯାଇଥିବା ଏହି ଅପରେସନ୍, ସାଇବର ଠକମାନଙ୍କ ଦ୍ୱାରା ବ୍ୟବହୃତ ଡିଜିଟାଲ୍ ଭିତ୍ତିଭୂମିକୁ ରୋକିବାରେ ବଡ଼ ଆକାରରେ ସଫଳ ହୋଇଛି।

୮.୪୫ ଲକ୍ଷ ସିମ୍ କାର୍ଡ ବି ବନ୍ଦ

ମୋବାଇଲ ଏବଂ ନେଟଓ୍ବର୍କ ଏବଂ ନେଟଓ୍ବର୍କ ସୁରକ୍ଷା ଦିଗରେ ମଧ୍ୟ ଏହି ଅପରେସନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲ (NCRP) ସିଷ୍ଟମ ମାଧ୍ୟମରେ ଚିହ୍ନଟ ହୋଇଥିବା ପ୍ରାୟ ୮.୪୫ ଲକ୍ଷ ସିମ୍ କାର୍ଡ ଏବଂ ୨.୩୯ ଲକ୍ଷ ମୋବାଇଲ୍ IMEI ନମ୍ବରକୁ ମଧ୍ୟ ବନ୍ଦ କରାଯାଇଛି।

Also Read: Stock market crash: ସେୟାର ବଜାରରେ ବଡ଼ ହ୍ରାସ, ୧୬୩୬ ପଏଣ୍ଟ ଖସିଲା ସେନସେକ୍ସ

୧.୧୧ ଲକ୍ଷରୁ ଅଧିକ ସନ୍ଦିଗ୍ଧ ଅନଲାଇନ କଣ୍ଟେଣ୍ଟ ବ୍ଲକ୍

ଅନଲାଇନ୍ ଠକେଇର ଇକୋସିଷ୍ଟମକୁ ଭାଙ୍ଗିବା ପାଇଁ, ମନ୍ତ୍ରଣାଳୟ ୮୨୭ଟି କ୍ଷତିକାରକ ମୋବାଇଲ୍ ଆପ୍ଲିକେସନକୁ ବ୍ଲକ୍ କରିଛି। ଏହା ସହ ସହଯୋଗ ପୋର୍ଟାଲ ମାଧ୍ୟମରେ ୧.୧୧ ଲକ୍ଷରୁ ଅଧିକ ସନ୍ଦିଗ୍ଧ ଅନଲାଇନ୍ ବିଷୟବସ୍ତୁକୁ ହଟାଯାଇଛି।

ଅପରାଧିକ କାର୍ଯ୍ୟକଳାପରେ ବ୍ୟବହୃତ ଡିଭାଇସ୍ ଏବଂ ପ୍ରମାଣପତ୍ରଗୁଡ଼ିକୁ ଫ୍ରିଜ୍ କରିବା ପାଇଁ ଏକ ରିଅଲ୍-ଟାଇମ୍ ମେକାନିଜିମ୍ କାର୍ଯ୍ୟକାରୀ କରିଛି। ନାଗରିକମାନଙ୍କୁ ସାଇବର ସିଣ୍ଡିକେଟ୍ ଦ୍ୱାରା ହୋଇଥିବା ଆର୍ଥିକ ଏବଂ ମାନସିକ ଶୋଷଣର ବୃଦ୍ଧି ପାଉଥିବା ଲହରରୁ ରକ୍ଷା କରିବା ଲକ୍ଷ୍ୟ ରଖିଛି ମନ୍ତ୍ରଣାଳୟ।