ଭୁବନେଶ୍ବର ୧୬।୧୦: ଭାରତୀୟ ହକି ଖେଳାଳିଙ୍କ ସ୍ୱାଗତ ପାଇଁ ଉତ୍ସାହିତ ରାଜଧାନୀବାସୀ । ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଏବଂ ଏସିଆନ୍ ଗେମ୍ସରେ ଚମକପ୍ରଦ ପ୍ରଦର୍ଶନ ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ମହିଳା ଓ ପୁରୁଷ ହକି ଟିମ୍‌ର ଖେଳାଳି । ଖେଳାଳିଙ୍କୁ ସ୍ୱାଗତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ରାଜଧାନୀରେ ଏକ ବିରାଟ ରୋଡ୍ ଶୋ’ର ଆୟୋଜନ କରାଯାଇଛି ।

ଜାଭିୟର ଛକରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏହି ରୋଡ୍ ଶୋ’ ହେବ । ଏଥିରେ ହକି ଟିମ୍ର ଖେଳାଳିମାନେ ସାମିଲ ହେବେ । ରୋଡ୍ ଶୋ’କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ରୋଡ୍ ଶୋ’ ଚାଲିଥିବା ସମୟରେ ନାଲକୋ ଛକରୁ ଜୟଦେବ ବିହାର ଅଭିମୁଖେ ଯାତାୟାତ ଉପରେ କଟକଣା ରହିବ । ଟ୍ରାଫିକ୍ ପୋଲିସ ପକ୍ଷରୁ ନାଲକୋ ଛକରେ ବ୍ୟାରିକେଡ୍ ଲଗାଯାଇ ଟ୍ରାଫିକ୍ ଡାଇଭର୍ସନ କରାଯିବ । ନାଲକୋ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ଆଚାର୍ଯ୍ୟ ବିହାର ଦେଇ ଡାଇଭର୍ଟ କରାଯିବ ।

Also Read:- ବକେୟା ଟଙ୍କା ଦେବାରେ ବିଳମ୍ବ, କଟକର ସରକାରୀ କାର୍ଯ୍ୟାଳୟ ଉପରେ କୋର୍ଟଙ୍କ କଡ଼ା ଆକ୍ସନ୍

ସନ୍ଧ୍ୟା ସାଢ଼େ ୫ଟାରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ ରୋଡ୍ ଶୋ’। ରୋଡ଼ ଶୋ’ ଶେଷ ହେଲେ ଜୟଦେବ ବିହାର ରାସ୍ତାକୁ ପୁଣି ସାଧାରଣ ଯାତାୟାତ ପାଇଁ ଖୋଲାଯିବ ।

Watch Video: