ନୂଆଦିଲ୍ଲୀ : କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟରେ କହିଛନ୍ତି ଯେ ‘ଯଦି ମ୍ୟାରିଟଲ ରେପ୍ କୁ ଅପରାଧ ଘୋଷଣା କରିବାର ଅଛି ତେବେ ଏହି ନିଷ୍ପତ୍ତି ବିଧାୟିକା ଓ କାର୍ଯ୍ୟପାଳିକା ଅଧିକାର କ୍ଷେତ୍ରରେ ଆସୁଛି, ସୁପ୍ରିମକୋର୍ଟ ନୁହେଁ’। କେନ୍ଦ୍ର ସରକାର ପ୍ରସଙ୍ଗରେ ତାଙ୍କର ବୟାନ ରଖିବା ପରେ କୋର୍ଟ ମ୍ୟାରିଟଲ ରେପ୍ କୁ ଅପରାଧ ଘୋଷଣା ଦାବିରେ ଦାଖଲ ଆବେଦନଗୁଡିକ ଉପରେ ୩ ସପ୍ତାହ ପରେ ଚୂଡ଼ାନ୍ତ ଶୁଣାଣି ଆରମ୍ଭ କରିବେ ବୋଲି କହିଛନ୍ତି।

ସୁପ୍ରିମକୋର୍ଟରେ ହେଲା କ’ଣ?
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗଚୀ ଓ ଜଷ୍ଟି ଭି.ମୋହନାଙ୍କ ପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାକୁ ୩ ସପ୍ତାହ ପରେ ବୁଧବାର ଓ ଗୁରୁବାରକୁ ଚୂଡ଼ାନ୍ତ ଶୁଣାଣି ନିମନ୍ତେ ସୂଚୀବଦ୍ଧ କରାଯାଉ। କୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜିର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ମ୍ୟାରିଟଲ ରେପକୁ ଅପରାଧ ଘୋଷଣା କରିବା ସଂସଦର କାମ, ଏହା ସୁପ୍ରିମକୋର୍ଟର ନୁହେଁ। ଏହି ଚ୍ୟାଲେଞ୍ଜ ଭାରତୀୟ ନ୍ୟାୟ ସଂହିତାର ଧାରା ୬୩ର ଅପବାଦ ୨ ଉପରେ ଆଧାରିତ, ଯାହା ପୁରୁଣା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୩୭୫ରୁ ମ୍ୟାରିଟଲ ରେପ ସମ୍ପର୍କିତ ଅପବାଦର ସମ୍ପ୍ରସାରଣ।

ଏହି ଧାରା ଅନୁସାରେ ଯଦି କୌଣସି ପୁରୁଷ ନିଜ ବିବାହିତା ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନା କରନ୍ତି, ଏହାକୁ ରେପ୍ ମନେ କରାଯାଇ ପାରିବନି। ତେବେ ଏଥି ପାଇଁ ସର୍ତ୍ତ ହେଉଛି ପତ୍ନୀଙ୍କ ବୟସ ୧୮ ବର୍ଷରୁ କମ୍ ହୋଇନଥିବ। ଏହା ମହିଳାଙ୍କ ସୁରକ୍ଷା ପାଇଁ ଏକ ଜରୁରି ପ୍ରସଙ୍ଗ ମନେ କରି ଜଷ୍ଟିସ୍ ବାଗଚୀ ରାଜ୍ୟ ଏହାକୁ ରେପ୍ ମାନେ କି ନା ସେ ନେଇ ପ୍ରଶ୍ନ କରିଛନ୍ତି।

ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ ମହିଳା ପୀଡ଼ିତା
ଜଷ୍ଟିସବାଗଚୀ କହିଛନ୍ତି ଯେ ବିବାହରେ ଇଛା ବିନା ଯୌନ ସମ୍ପର୍କ ପାଇଁ ବାଧ୍ୟ କରାଗଲେ ମହିଳା ନିଶ୍ଚିତ ରୂପେ ପୀଡ଼ିତା। ଆମେ ପୀଡ଼ିତାଙ୍କୁ ରକ୍ଷା କରିବୁ। ତେବେ ପ୍ରଶ୍ନ କେବଳ ଏତିକି ଯେ ରାଜ୍ୟ ଏହାକୁ ରେପ୍ ମନେ କରେକି? ଜଷ୍ଟିସ୍ ବାଗଚୀ ଏହା ବି କହିଛନ୍ତି ଯେ ବିବାହର ଉଦ୍ଦେଶ୍ୟର ମହିଳାଙ୍କ ସ୍ୱାଧୀନତା ସମାପ୍ତ ହେବା ନୁହେଁ। କୋର୍ଟ କହିଛନ୍ତି ଯେ ସେ ଦୁଇଟି ପ୍ରଶ୍ନ ଉପରେ ବିଚାର କରିବେ। ଏଥିରେ ପ୍ରଥମଟି ହେଉଛି ମ୍ୟାରିଟାଲ ରେପ୍ ସମ୍ପର୍କିତ ଛାଡ ସତ୍ତ୍ୱେ ମୋକଦ୍ଦମା ଚଳାଯାଇ ପାରିବ କି? ସେହିପରି ଏହି ଛାଡ କଣ ସମ୍ବିଧାନ ଅନୁସାରେ ସଠିକ?

ଆବେଦନକାରୀ ଓକିଲଙ୍କ ତର୍କ
ଆବେଦନକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ଜଣକର ଓକିଲ କଋଣା ନନ୍ଦୀ କହିଛନ୍ତି ଯେ ଯଦି କୌଣସି ପତି ତାଙ୍କ ପତ୍ନୀଙ୍କୁ ଗୁରୁତର ଆଘାତ ଦିଅନ୍ତି ତେବେ ସେ କେବଳ ବିବାହ ସମ୍ପର୍କ ଆଧାରରେ ଆଇନଗତ ରିହାତି ଦାବି କରିପାରିବ ନାହିଁ। ନନ୍ଦି କହିଛନ୍ତି ଯେ ବୈବାହିକ ସମ୍ପର୍କ କୌଣସି ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀଙ୍କ ଇଛା ବିନା ସମ୍ପର୍କ କରିବା ଓ ତାଙ୍କୁ ଗୁରୁତର ଶାରୀରିକ କ୍ଷତି କରିବାକୁ ଛାଡ ଦିଏ ନାହିଁ।

ଏବେକା ଆଇନରେ ହେଉ ସମାଧାନ
କେନ୍ଦ୍ର ସରକାର ପ୍ରଥମେ ଦାଖଲ କରିଥିବା ସତ୍ୟପାଠରେ କହିଥିଲେ ଯେ ସେ ମ୍ୟାରିଟଲ ରେପ୍ କୁ ଏକ ପୃଥକ ଅପରାଧ କରିବା ପକ୍ଷରେ ନୁହନ୍ତି। ସରକାରଙ୍କ କହିବା କଥା ହେଉଛି ମ୍ୟାରିଟଲ ରେପ୍ କୁ ଅପରାଧ ମାନିଲେ ବୈବାହିକ ସମ୍ପର୍କର ସ୍ଥିରତା ପ୍ରଭାବିତ ହୋଇପାରେ। କେନ୍ଦ୍ର ସରକାର ଏହା ବି କହିଛନ୍ତି ଯେ ବିବାହରେ ଯୌନ ସମ୍ବଦ୍ଧ ସମ୍ପର୍କିତ ମାମଲାକୁ ସାଧାରଣ ରେପ୍ ଅପରାଧ ସହ ସମାନ ମାନିବା ବଦଳେ ଏବେକା ଆଇନର ପ୍ରାବଧାନରେ ସମାଧାନ କରାଯିବା ଆବଶ୍ୟକ। ତେବେ ୨୦୨୨ ମସିହାରେ ଦିଲ୍ଲୀ ହାଇକୋର୍ଟ ଏପରି ମାମଲାରେ ଶୁଣାଇଥିବା ରାୟରେ ମ୍ୟାରିଟଲ ରେପକୁ ଅପାରଧିକ ଅପରାଧ ମାନିବା ଉଚିତ ବୋଲି କହିଥିଲେ। ଏହା ପରେ ମାମଲା ଏବେ ସୁପ୍ରିମକୋର୍ଟକୁ ପହଞ୍ଚିଛି।