ଭୁବନେଶ୍ବର ୫।୯: ରସୁଲଗଡ଼ ଫ୍ଲାଏଓଭର ଉପରୁ ତଳକୁ ଖସିପଡ଼ିଲେ ଯୁବକ । ଫ୍ଲାଏଓଭରରୁ ଖସିପଡ଼ିବା ଫଳରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି । ଫ୍ଲାଏଓଭର ଉପରେ ଯୁବକଙ୍କ ବାଇକ୍ ରହିଥିବା ବେଳେ ସେ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି ।

ତେବେ ଯୁବକ ଜଣକ କିଭଳି ତଳକୁ ଖସିପଡ଼ିଲେ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଏହା ଦୁର୍ଘଟଣା ନା ଅନ୍ୟ କୌଣସି କାରଣରୁ ଯୁବକ ଜଣଙ୍କ ତଳକୁ ଖସିପଡ଼ିଛନ୍ତି, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Also Read:- ମିଲ୍ ଖାଲି ନହେଲେ ଧାନ କିଣା ହେବ କେମିତି ? FCI ସମସ୍ୟା ନେଇ ମୁହଁ ଖୋଲିଲେ ସମବାୟ ମନ୍ତ୍ରୀ

ଗୁରୁତର ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିବା ସୂଚନା ମିଳିଛି । ଏଭଳି ଘଟଣା ଦେଖି ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଜମିଛି ।

Watch Video: