ଭୁବନେଶ୍ବର ୧୮।୧୧: ବଂଶୀଧର ଏବଂ ଇଲା ପଣ୍ଡା ଫାଉଣ୍ଡେସନ୍ (BIPF) ଓ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚେମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (FICCI)ର ମିଳିତ ପ୍ରୟାସରେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ IDEATE-2026ର ୧୫ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ରୂପାନ୍ତରଣ ପାଇଁ ଜଳ ନିରାପତ୍ତା ଏବଂ ପୁନଃଚିନ୍ତା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ।

ଏହି କାର୍ଯ୍ୟକ୍ରମରେ ରାଜ୍ୟର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । BIPFର ପ୍ରତିଷ୍ଠାତା ତଥା ସିଇଓ ଶୈଫାଳିକା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ସେ ଗ୍ରାମାଞ୍ଚଳରେ ଜଳ ସୁରକ୍ଷା ଓ ସ୍ଥାୟୀ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ ।

​​​​​​​Also Read:- ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ : ଆନ୍ଧ୍ର ଫେରିପାରିଲେନି ଟ୍ରଲର, ଗଞ୍ଜାମରେ ନେଲେ ଆଶ୍ରୟ

ଏହି ଆଲୋଚନାଚକ୍ରରେ ଜଳ ସମ୍ପଦର ସଂରକ୍ଷଣ, ଭୂତଳ ଜଳର ସୁପରିଚାଳନା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଜଳ ସହ କୃଷି ଓ ଗ୍ରାମୀଣ ଜୀବିକାର ସମ୍ପର୍କ ଉପରେ ଆଲୋଚନା ହୋଇଥିଲା । ଗ୍ରାମାଞ୍ଚଳରେ ଦୀର୍ଘସ୍ଥାୟୀ ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର, ଶିଳ୍ପ ସଂସ୍ଥା ଓ ସ୍ଥାନୀୟ ସମୁଦାୟଙ୍କ ମଧ୍ୟରେ ସମନ୍ୱୟ ଏବଂ ସହଭାଗିତାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା ।