ଭୁବନେଶ୍ୱର ୧୭।୧୧ : କୋଟିଆରେ ଆନ୍ଧ୍ର ପ୍ରଦେଶକୁ ନିର୍ବାଚନ କରାଇବାକୁ ଦିଆଯିବ ନାହିଁ। ଆସନ୍ତା ୨୯ ତାରିଖରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ଥିଲେ ମଧ୍ୟ କୋଟିଆରେ କୌଣସି ନିର୍ବାଚନ ହେବ ନାହିଁ। ଏନେଇ ସ୍ପଷ୍ଟ କରିଛନ୍ତି ବିଜେପି ବିଧାୟକ ରଘୁରାମ ମାଛ।

ବିଧାୟକ କହିଛନ୍ତି, ଗତ ୩୦ ତାରିଖରେ କୋଟିଆରେ ଯେଉଁ ନିର୍ବାଚନ ହୋଇଥିଲା, ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଉଦ୍ୟମ ଓ ପ୍ରଶାସନିକ ତତ୍ପରତା ଯୋଗୁଁ ଆନ୍ଧ୍ର ପ୍ରଦେଶକୁ କୋଟିଆରେ ଅଧିକ କାର୍ଯ୍ୟକଳାପ କରିବାର ସୁଯୋଗ ମିଳିନାହିଁ। ଏହାକୁ ସେ ସରକାରଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି।ଆନ୍ଧ୍ର ପ୍ରଦେଶର ଆଗାମୀ ନିର୍ବାଚନରେ କୋଟିଆ ଅଞ୍ଚଳର କୌଣସି ବ୍ୟକ୍ତି ଅଂଶଗ୍ରହଣ କରିବେ ନାହିଁ। ଏନେଇ ପ୍ରଶାସନିକ ଓ ସରକାରୀ ସ୍ତର ସହ ସର୍ବଦଳୀୟ ବୈଠକରେ ମଧ୍ୟ ଆଲୋଚନା ହୋଇଛି।

Also Read:-ମଣ୍ଡି ଖୋଲିବାରେ ବିଳମ୍ବକୁ ନେଇ ସମବାୟ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ, ପୂର୍ବ ବ୍ୟବସ୍ଥାରେ ହେବ ଧାନ ସଂଗ୍ରହ

କେବଳ ନିର୍ବାଚନ ରୋକିବା ନୁହେଁ, କୋଟିଆର ସାମଗ୍ରିକ ବିକାଶ ମଧ୍ୟ ସରକାରଙ୍କ ଲକ୍ଷ୍ୟ। କୋଟିଆବାସୀଙ୍କୁ ଜୀବିକା ନିର୍ବାହ କାର୍ଯ୍ୟକ୍ରମରେ ସାମିଲ କରିବା ସହ ଓଡ଼ିଶାର ସମସ୍ତ ପଞ୍ଚାୟତ ମଧ୍ୟରେ କୋଟିଆକୁ ଏକ ନମ୍ବର ବିକାଶ ମଡେଲ୍ ଭାବେ ଗଢ଼ି ତୋଳିବାକୁ ସରକାର ଯୋଜନା କରୁଥିବା କହିଛନ୍ତି ବିଧାୟକ।