ଭୁବନେଶ୍ବର ୭।୭: ରମାଦେବୀ ବିଶ୍ୱବିଦ୍ୟାଳୟରେ ଗଣ୍ଡଗୋଳ । ମୁଖ୍ୟ ଫାଟକରେ ଛାତ୍ରୀ ମାନେ ତାଲା ପକେଇଲେ । ବିଶ୍ବ ବିଦ୍ୟାଳୟରେ ଅଣ ଛାତ୍ର ପ୍ରବେଶକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି ।

Also Read:- ବାଇକ୍କୁ ପଛପଟୁ ଧକ୍କା ଦେଲା ଥର୍, ଚାଲିଗଲା ୨ ଆରୋହୀଙ୍କ ଜୀବନ

ବିଶ୍ୱବିଦ୍ୟାଳୟରେ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ପିଲାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ବିଶ୍ୱବିଦ୍ୟାଳୟରେ ବ୍ୟାନର କଢାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଏବିଭିପିର ଛାତ୍ରମାନେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିବାରୁ ଗେଟ୍ରେ ତାଲା ପକାଇ ଦେଇଛନ୍ତି ରମାଦେବୀ ଛାତ୍ରୀ । ଉଭୟ ଛାତ୍ର ସଙ୍ଘଠନ ପରସ୍ପର ଉପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ରମାଦେବୀ ବିଶ୍ବବିଦ୍ୟାଳୟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।