ଘଟଗାଁ ୭।୭: ବାଇକ୍କୁ ପଛପଟୁ ଧକ୍କା ଦେଲା ଥର୍ । ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଆରୋହୀ ମୃତ । କେନ୍ଦୁଝର ଜିଲ୍ଲା ୨୧୫ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ମିଳିନି ମୃତକଙ୍କ ପରିଚୟ ।

Also Read:- ସ୍କୁଲ ପଛପଟକୁ ପରିସ୍ରା କରିବାକୁ ଯାଇଥିଲେ, ଏକୁଟିଆ ଦେଖି ଝୁଣିଦେଲା ପାଗଳ କୁକୁର

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ୨୧୫ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ନିକଟସ୍ଥ ଖୁଜୁରୀଜୁଆଣି ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକ୍କୁ ପଛପଟୁ ଧକ୍କା ଦେଲା ଥର୍ । ଦୁର୍ଘଟଣାରେ ବାଇକ୍‌ରେ ଥିବା ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଦ୍ବୟଙ୍କ ପରିଚୟ ମିଳିନି । ଉଭୟ ବାଇକ୍ ଓ ଥର୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ଢେଙ୍କିକୋଟ ବଜାର ଆଗକୁ ଥିବା ଖଜୁରୀଜୁଆଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।