ଭୁବନେଶ୍ୱର ୧୭।୦୪ : ଟକଟକ ହୋଇ ଫୁଟୁଛି ସାରା ଓଡ଼ିଶା। ଆକାଶରୁ ନିଆଁ ବର୍ଷୁଛି। ପାରଦ ୪୩ ଡେଇଁ ୪୪ ଡିଗ୍ରୀ ମୁହାଁ ହେଲାଣି। ୧୮ ତାରିଖ ସୁଦ୍ଧା ପହଞ୍ଚିବ ୪୫ ଡିଗ୍ରୀ ସେଲସିୟସ୍ ପହଞ୍ଚିବ। ମଝିରେ ମଝିରେ କାଳବୈଶାଖୀ ବର୍ଷା ହୋଇପାରେ। ମାତ୍ର ସୀମିତ ଅଞ୍ଚଳରେ ବା କାଁ ଭାଁ । ବଡ଼ ବର୍ଷା ସମ୍ଭାବନା ଏବେ କମ୍।

ଗୁରୁବାର ଟିଟିଲାଗଡ଼ ପହଞ୍ଚିଗଲା ୪୩.୭ ଡିଗ୍ରୀରେ। ଝାରସୁଗୁଡ଼ା ବି ୪୩.୬ ଡିଗ୍ରୀ ଛୁଇଁଥିଲା। ୧୪ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ସେଥି ମଧ୍ୟରୁ ସମ୍ବଲପୁର ୪୨.୨, ହୀରାକୁଦ ୪୨.୨, ଭବାନୀପାଟଣା ୪୨.୫, ବଲାଙ୍ଗୀର ୪୨.୨ ତାତିରେ ଛଟପଟ ହୋଇଥିଲା। ଉପକୂଳରେ ପାରଦ ୩୫-୩୬ ଡିଗ୍ରୀ ରହିଥିଲେ ‌ ବି ଗୁଳୁଗୁଳି ପ୍ରକୋପ ଅସହ୍ୟ ହୋଇଛି।

Also Read:-Nora Fatehi Welcomes Baby Nora: କୁନି ପିଲାର ଫଟୋ ଶେୟାର କରି ‘ବେବି ନୋରା’ ଲେଖିଲେ ନୋରା ଫତେଇ, ପ୍ରଶଂସକ ପଚାରିଲେ- ଛୁଆ କାହାର ?

ଆସନ୍ତା ଦୁଇଦିନ ରାଜ୍ୟର ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ସମଗ୍ର ଉପକୂଳ ଓଡ଼ିଶାରେ ଏବେ ଗୁଳୁଗୁଳିରୁ ନିସ୍ତାର ନାହିଁ। ଅନ୍ୟପଟେ ୧୮ ଓ ୧୯ରେ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ୱାଣ୍ଡି ଜାରି କରାଯାଇଛି। ୧୭ ତାରିଖ (ଶୁକ୍ରବାର) ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ପାରଦ ୪୪ ଡିଗ୍ରୀ ଛୁଇଁପାରେ। ଉପକୂଳ ଓଡ଼ିଶା ୩୭-୩୮ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ କରିଛି।