ମୁମ୍ବାଇ: ଡ୍ୟାନ୍ସ ଆଇକନ୍ ନୋରା ଫତେଇ ନିଜର ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାଆନ୍ତି । ତାଙ୍କର ନୃତ୍ୟ କରିବାର ଶୈଳୀ ତାଙ୍କୁ ବେଶ ଲୋକପ୍ରିୟତା ଦେଇଛି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ ଅଛନ୍ତି । ତାଙ୍କର ଦୈନନ୍ଦିନ ଜୀବନ ଚର୍ଯ୍ୟାକୁ ନେଇ ପ୍ରଶଂସକମାନେ ଚର୍ଚ୍ଚା କରନ୍ତି । କିନ୍ତୁ ନୋରା ଇନଷ୍ଟାରେ ଗୋଟିଏ ଫଟୋ ଶେୟାର କରି ନିଜର ପ୍ରଶଂସକଙ୍କୁ ଚକିତ କରିଦେଇଛନ୍ତି । ଏକ ନବଜାତ ଶିଶୁର ଫଟୋ ଶେୟାର କରି ନୋରା ଯେଉଁ କ୍ୟାପ୍ସନ ଲେଖିଛନ୍ତି, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।

ନବଜାତ ଶିଶୁର ପରିଚୟ ଦେବାକୁ ଯାଇ ନୋରା ଲେଖିଛନ୍ତି, ‘ଆମ ପିଲା ଡିଭା ଜନ୍ମ ନେଇଛି । ଦୁନିଆକୁ ଆଉ ଜଣେ ନୋରା ଆସିଛି । ଭଗବାନ ତୋତେ ଆଶୀର୍ବାଦ ଦିଅନ୍ତୁ ମାଇ ବେବି ।’ ମନଲୋଭା ଫଟୋରେ ଏକ ଶିଶୁ ହାତରେ ‘ହେଲୋ ଓ୍ବାର୍ଲଡ’ ଲେଖାଥିବା ଏକ କାର୍ଡ ଧରିଥିବା ଦେଖିବାକୁ ମିଳିଛି। କିନ୍ତୁ ନୋରାଙ୍କ କ୍ୟାପ୍ସନ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ନବଜାତକ ଉପରେ ପ୍ରେମ ବର୍ଷା କରିଛନ୍ତି ନୋରା । ତେବେ ସେ ପିଲା କିଏ ? ତା ସହ ନୋରା ଫତେଇଙ୍କ ସଂପର୍କ କଣ ? ମା’ ହେଲେ କି ଡ୍ୟାନ୍ସ ଆଇକନ୍ ନୋରା ଫତେଇ ?

ଡ୍ୟାନ୍ସର ଏବଂ ଅଭିନେତ୍ରୀ ନୋରା ଫତେଇ ଶିଶୁ ସଂପର୍କରେ ବେଶି ବିବରଣୀ ଦେଇନାହାନ୍ତି । ତା ସହ ନୋରାଙ୍କ ସଂପର୍କ କଣ ଏବଂ ସେ କାହାର ପିଲା, ସେନେଇ କିଛି ଲେଖିନାହାନ୍ତି ନୋରା । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଗହଣରେ ଉତ୍ସାହ ବଢ଼ିଯାଇଛି । ବେବି ନୋରା ବୋଲି କହୁଥିବା ଏହି ପିଲା ପ୍ରକୃତରେ କାହାର, ତାହା ଜାଣିବାକୁ ଫ୍ୟାନ୍ସ ଅନବରତ ଚେଷ୍ଟା ଚଳାଇଛନ୍ତି ।

Also Read: Asha Bhosle's net worth: ପୁଅ ନା ନାତୁଣୀ, ଆଶା ଭୋସଲେଙ୍କ ସଂପତ୍ତିର ପ୍ରକୃତ ଉତ୍ତରାଧିକାରୀ କିଏ ?

ନୋରାଙ୍କ କ୍ୟାରିୟର

ଡ୍ୟାନ୍ସ ଆଇକନ୍ ଏବଂ ଅଭିନେତ୍ରୀ ନୋରା ଫତେଇ ଖୁବ ସଫଳ । ନିକଟରେ ନେଟଫ୍ଲିକ୍ସର ଏକ ଓ୍ବେବସିରିଜ୍ ‘ଦି ରୟାଲ୍’ରେ ତାଙ୍କୁ ଦେଖିବାକୁ ମିଳିଥିଲା । ସେ କନ୍ନଡ ଫିଲ୍ମ KD-The Devilରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହିଭଳି ଫିଲ୍ମ ମଟ୍କାରେ ତେଲୁଗୁ ଇଣ୍ଡଷ୍ଟ୍ରିରେ ମଧ୍ୟ ଡେବ୍ୟୁ କରିବେ ନୋରା ଫତେଇ । ବଲିଉଡ୍ ସମେତ ବିଶ୍ବ ସ୍ତରରେ ନୋରା ଫତେଇ ଖୁବ ନାଁ କମେଇଛନ୍ତି । କିନ୍ତୁ ଏବେ ନୋରାଙ୍କ ପୋଷ୍ଟ ତାଙ୍କୁ ଆହୁରି ଚର୍ଚ୍ଚିତ କରାଇଛି ।