ଭୁବନେଶ୍ୱର ୨୫।୦୩ : ରାଜ୍ୟରେ ଦିନ ତାପମାତ୍ରା ବଢୁଛି। ଆଗକୁ ତାତି ଆହୁରି ବଢ଼ିପାରେ। ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି।

Also Read:-Heat Wave Guidelines: ସରକାରଙ୍କ ବଡ଼ ଘୋଷଣା, ଏତିକି ସମୟ କାମ ବନ୍ଦ

ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୬ ତାରିଖ (ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଆଶଙ୍କା ଅଛି। ୨୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବି ବହିବାର ଆଶଙ୍କା ଅଛି । ୨୮ରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ମଙ୍ଗଳବାର ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ଥିଲା । ଏଠାରେ ଦିନ ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ଥିଲା। ଭବାନୀପାଟଣାରେ ୩୮, ଅନୁଗୁଳରେ ୩୬.୧, ଭଦ୍ରକରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା।

Also Read:-ବିକ୍ରି ହୋଇଗଲା ବିରାଟ କୋହଲିଙ୍କ ଟିମ୍, RCBକୁ ହଜାର ହଜାର କୋଟି ଟଙ୍କାରେ କିଣିଲେ ଏହି ଶିଳ୍ପପତି