ନୂଆଦିଲ୍ଲୀ: ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଲେ ୩୨ ବର୍ଷୀୟା ନର୍ସ। ବଡ଼ କଥା ହେଲା ନର୍ସ ଜଣକ ପ୍ରଥମେ ସ୍ୱାମୀଙ୍କୁ ଛାତରୁ ଠେଲି ମାରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ହେଲେ ଦ୍ବିତୀୟ ଥର ସ୍ବାମୀଙ୍କୁ ମାରିବାକୁ ଯେଉଁ ଉପାୟ ସେ ଆପଣାଇଥିଲେ। ତାହା ଶୁଣିଲେ ଯେ କେହିବି ଚକିତ ହୋଇଯିବ। ଏଭଳି ତେଲେଙ୍ଗାନାର ନିଜାମାବାଦ ଜିଲ୍ଲାରୁ ଏକ ଆସିଛି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ।

ମିଳିଥିବା ସୂଚନା ଅନୁସାରେ, ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୩୫ ବର୍ଷୀୟ ଦାୟିନୀ ପ୍ରଶାନ୍ତ । ସେ ଗତ ଦୁଇ ବର୍ଷ ଧରି ଗଲ୍ଫ ଦେଶରେ କାମ କରୁଥିଲେ ଏବଂ ନିକଟରେ ଜୁନ୍ ୨୭ରେ ଭାରତ ଫେରିଥିଲେ। ତାଙ୍କ ପତ୍ନୀ ସନ୍ଧ୍ୟା (୩୨) ଜଣେ ପ୍ରାଇଭେଟ୍ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟ କରନ୍ତି।

ପରକୀୟା ପ୍ରୀତି ପାଇଁ ସ୍ବାମୀକୁ ହତ୍ୟା ଉଦ୍ୟମ

ପୋଲିସର ସୂଚନା ଅନୁଯାୟୀ, ସନ୍ଧ୍ୟାଙ୍କର ଅନିଲ୍ (୩୫) ନାମକ ଜଣେ ବ୍ୟକ୍ତିଙ୍କ ସହ ପରକୀୟା ପ୍ରୀତି ରହିଥିଲା। ଏମିତିରେ ପ୍ରଶାନ୍ତ ବିଦେଶରୁ ଫେରିବା ଆସିବା ସେମାନଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। ଯେଉଁଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ସନ୍ଧ୍ୟା ଓ ତାଙ୍କ ପ୍ରେମିକ।

Also Read: କେତନଙ୍କ ସହ ନିର୍ବନ୍ଧ ପରେ ପ୍ରେମିକ ଚେତନଙ୍କୁ ବିବାହ କରିଥିଲେ ସିୟା

ଯୋଜନା ମୁତାବକ ଜୁନ୍ ୨୯ ତାରିଖରେ ଅନିଲ୍ର ସାଙ୍ଗ ଭେଙ୍କଟ ସାଈ ଓରଫ୍ ବଣ୍ଟି ପ୍ରଶାନ୍ତଙ୍କ ଘରକୁ ଯାଇ ତାଙ୍କୁ ପ୍ରଚୁର ମଦ ପିଆଇଥିଲେ। ଏହାପରେ ସନ୍ଧ୍ୟାଙ୍କ ନିର୍ଦ୍ଦେଶକ୍ରମେ ବଣ୍ଟି, ପ୍ରଶାନ୍ତଙ୍କୁ ଘର ଛାତ ଉପରକୁ ନେଇ ସେଠାରୁ ତଳକୁ ଠେଲି ଦେଇଥିଲେ। ତେବେ ଗୁରୁତର ଆହତ ହେବା ସତ୍ତ୍ୱେ ପ୍ରଶାନ୍ତ ବଞ୍ଚିଯାଇଥିଲେ। ଏମିତିରେ ସନ୍ଧ୍ୟା ଏହାକୁ ଏକ ଦୁର୍ଘଟଣାର ରୂପ ଦେଇ ତାଙ୍କୁ ପ୍ରଥମେ ସରକାରୀ ଓ ପରେ ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ।

ଦ୍ବିତୀୟ ଥର ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର

ତେବେ ଏହାପରେ ଆରମ୍ଭ ହୋଇଥିଲା ଆଉ ଏକ ଭୟଙ୍କର ଷଡ଼ଯନ୍ତ୍ର। ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଶାନ୍ତଙ୍କୁ ପୁଣି ଥରେ ହତ୍ୟା କରିବାକୁ ଯୋଜନା କରିଥିଲେ ସନ୍ଧ୍ୟା। ଏଥିପାଇଁ ସେ ଜୁନ୍ ୩୦ ତାରିଖରେ ସେ ସ୍ୱାମୀଙ୍କୁ ସୁସ୍ଥ ହେବା ପାଇଁ ଇଞ୍ଜେକ୍ସନ ଦେବା ବାହାନ କରି, ସେହି ଇଞ୍ଜେକ୍ସନରେ ନିଦ ବଟିକା ଗୁଣ୍ଡ, ଆନାସ୍ଥେସିଆ ଔଷଧ ଏବଂ ମାରାତ୍ମକ ଟଏଲେଟ୍ କ୍ଲିନର ମିଶାଇ ଦେଇଥିଲେ। ଏହାସହ ଖଟରୁ ତଳକୁ ମଧ୍ୟ ଠେଲି ଦେଇଥିଲେ। ଯାହାଫଳରେ ଅତି ଯନ୍ତ୍ରଣା ପାଇ ପ୍ରଶାନ୍ତଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି।

Also Read: ପୋଲିସ ବାବୁଙ୍କ ପାଖରେ ୩୦୦ କୋଟି ଟଙ୍କାର ବେଆଇନ୍ ସଂପତ୍ତି, ତାଲିକା ଦେଖିଲେ ଉଡ଼ିଯିବ ହୋସ୍ !

ଏମିତି ଧରାପଡ଼ିଲେ ଅଭିଯୁକ୍ତ

ସନ୍ଧ୍ୟା ଏହି ମୃତ୍ୟୁକୁ ଅସୁସ୍ଥତା ଜନିତ ସ୍ୱାଭାବିକ ମୃତ୍ୟୁ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ମାତ୍ର ପ୍ରଶାନ୍ତଙ୍କ ମାଆଙ୍କର ଏଥିରେ ସନ୍ଦେହ ହେବାରୁ ସେ ଜୁଲାଇ ୧ ତାରିଖରେ ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ସନ୍ଧ୍ୟା, ତାଙ୍କ ପ୍ରେମିକ ଅନିଲ ଓ ସହଯୋଗୀ ବଣ୍ଟିଙ୍କୁ ଜେରା କରିଥିଲା। ଆଉ ଜେରା ବେଳେ ସେମାନେ ନିଜର ଅପରାଧ ସ୍ୱୀକାର କରିଥିଲେ। ବର୍ତ୍ତମାନ ପୋଲିସ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି। ଘଟଣାର ଫରେନସିକ୍ ଯାଞ୍ଚ ଜାରି ରହିଛି।