ବୌଦ୍ଧ ୨୧।୩: ବୌଦ୍ଧ ଜିଲ୍ଲାରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ବେଳେ ଶିକ୍ଷକ ଅସୁସ୍ଥ । ହଠାତ୍ ମୁଣ୍ଡ ବୁଲାଇ ତଳେ ପଡ଼ିଗଲେ ଶିକ୍ଷକ । ଶିକ୍ଷକଙ୍କୁ ବୌଦ୍ଧ ମେଡ଼ିକାଲରେ ଭର୍ତ୍ତି କଲେ ସହକର୍ମୀ । ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ସ୍ଥାନାନ୍ତର । ଶିକ୍ଷକ ଜଣଙ୍କ ଦଧିବାମନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁଶାନ୍ତ ରଥ । ବୌଦ୍ଧ JD ହାଇସ୍କୁଲରେ ଚାଲିଥିଲା ମାଟ୍ରିକ୍ ଖାତା ଦେଖା । ମେଡିକାଲ ଯାଇ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ DEO ।

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୂଣ୍ଡିମହୁଲ ଗ୍ରାମର ଦଧିବାମନ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସୁଶାନ୍ତ ରଥଙ୍କ ମାଟ୍ରିକ୍ ଖାତା ଦେଖା ଡ୍ୟୁଟି ବୌଦ୍ଧ ସହର ସ୍ଥିତ ଯୋଗୀନ୍ଦ୍ର ଦେବ ହାଇସ୍କୁଲରେ ପଡ଼ିଥିଲା । ଶିକ୍ଷକ ଜଣଙ୍କ ଆଜି ମାଟ୍ରିକ୍ ଖାତା ଦେଖୁଥିବା ସମୟରେ ହଠାତ୍ ମୁଣ୍ଡ ବୁଲାଇ ପଡ଼ିଯାଇଥିଲେ ଏବଂ ଅସୁସ୍ଥ ହୋଇ ପଡ଼ିଥିଲେ । ନିକଟରେ ଥିବା ସହକର୍ମୀ ମାନେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସରେ ନେଇ ତାଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିଲା । ତେବେ ଶିକ୍ଷକଙ୍କ ଅବସ୍ଥା ସାମାନ୍ୟ ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତର ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

Also Read: ନିଷ୍ଠାର ସହ ହେବ ଗଣତି ମଣତି, ନୂତନ ଜ୍ଞାନ କୌଶଳ ସହ ଅନୁଭବୀ ରତ୍ନ କାରିଗରଙ୍କ ସହଯୋଗରେ ହେବ ସବୁ କାମ

ସେପଟେ ମେଡିକାଲ ଯାଇ ଶିକ୍ଷକଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ କହିଛନ୍ତି ତାଙ୍କର ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ନିଆଯାଉଛି । ତାଙ୍କ ପରିବାରକୁ ମଧ୍ୟ ଏ ନେଇ ଅବଗତ କରାଯାଇଛି ତେବେ ଉଚ୍ଚ ରକ୍ତଚାପ ହେବା ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ବିଗିଡ଼ି ଥିବା ଡାକ୍ତର ସୂଚନା ଦେଇଥିବା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ କହିଛନ୍ତି ।