ଜି.ଉଦୟଗିରି ୨୩।୧୦ : ମାସେ ପୂରିଲା । କେବେ ଖୋଲିବ କଳିଙ୍ଗା ଘାଟି । କନ୍ଧମାଳ କଳିଙ୍ଗା ଘାଟିରେ ଭୂସ୍ଖଳନ ଓ ରାସ୍ତା ଧୋଇଯିବା ଘଟଣାକୁ ମାସେ ବିତିଗଲା। କିନ୍ତୁ ଆଜି ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଜନ ସାଧାରଣଙ୍କୁ ଯିବାକୁ ବାରଣ କରୁଛି ପ୍ରଶାସନ ।

ଖବର ଅନୁଯାୟୀ, ୨୦୨୫ରେ ଲଗାଣ ବର୍ଷା ଲାଗି କଳିଙ୍ଗା ଘାଟିରେ ରାସ୍ତା ଭୁଶୁଡ଼ିଥିଲା । ଦୀର୍ଘ ଦିନ ଧରି ରାସ୍ତା ବନ୍ଦ ରହିଥିଲା । ମରାମତି ପରେ କଲିଙ୍ଗା ଘାଟିକୁ ଲୋକଙ୍କୁ ଗମନାଗମନ ପାଇଁ ଖୋଲିଥିଲା ପ୍ରଶାସନ । ଏବେ ପୁଣି ୨୦୨୬ରେ ସମାନ ଅବସ୍ଥା ଲଗାଣ ବର୍ଷା ଲାଗି ଭୁସ୍ଖଳନ ହୋଇଥିଲା । ଯାହାଫଳରେ ରାସ୍ତାରେ ମାଟି ଧସୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ପ୍ରଶାସନ ତୁରନ୍ତ ଘାଟି ରାସ୍ତାକୁ ବନ୍ଦ କରିଥିଲା । ଦୀର୍ଘ ଦିନ ଧରି ଉକ୍ତ ରାସ୍ତା ବନ୍ଦ ରହିଛି । ଯାହାଫୟଳରେ ଲୋକଙ୍କ ଯିବାଆସିବାରେ ଅସୁବିଧା ହେଉଛି ।

Also Read:-ଆନନ୍ଦପୁରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଅର୍ଜୁନ ଗୁରୁତର

ତେବେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ଏହି କଳିଙ୍ଗା ଘାଟିର କାମ ପ୍ରାୟତଃ ବନ୍ଦ ରହିଛି। ପୋଲିସ ପକ୍ଷରୁ କଳିଙ୍ଗା ପଥପ୍ରାନ୍ତ ଠାରେ ନାକା ବନ୍ଦୀ କରାଯାଇଛି । ଭଞ୍ଜନଗର ପୋଲିସ ପକ୍ଷରୁ ଦୁର୍ଗା ପ୍ରସାଦଠାରେ ନାକା ବନ୍ଦୀ କରାଯାଇଅଛି। କୌଣସି ଗାଡ଼ିକୁ ଘାଟିକୁ ଛଡ଼ାଯାଉ ନାହିଁ। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Watch Video:-