ମାଲକାନଗିରି ୩।୨: ଭିଜିଲାନ୍ସ ହାତରେ ଧରାପଡିଲେ କନିଷ୍ଠ ଯନ୍ତ୍ରୀ । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଲକାନଗିରି ଭିଜିଲାନ୍ସ ବିଭାଗ ହାତରେ ଧରାପଡିଲେ ଟାଟା ପାୱାର କମ୍ପାନୀର କନିଷ୍ଠ ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକ । ଏକ ସିମେଣ୍ଟ ଇଟା ତିଆରି କରିବା କମ୍ପାନୀକୁ ବିଦ୍ୟୁତ ସଂଯୋଗ କରିବା ଲାଗି ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ । ହିତାଧିକାରୀ ଟଙ୍କା ନେଇ ଏକ ବହି ଦୋକାନରେ ଦେଇଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ମାଡି ବସିଥିଲା । ଯନ୍ତ୍ରୀ ପ୍ରଦେଶ ପ୍ରସାଦ ନାୟକଙ୍କୁ ଡିଭିଜନ ଅଫିସକୁ ନେଇ ପଚରା ଉଚୁରା କରୁଛି ଭିଜିଲାନ୍ସ ବିଭାଗ ।

ଏ ଖବରବି ପଢନ୍ତୁ:- ​​​​​​​କୋଟିପତି ଘରର ଗାୟକ, ସରନେମ୍ ପାଇଁ ବିଗିଡିଥିଲା କ୍ୟାରିଅର ; ବଖାଣିଲେ ଦୁଃଖ